Latest Odisha News

BREAKING NEWS

କୋହଲିଙ୍କ ଫର୍ମ ଏବଂ ଆଉଟ ହେବା ଶୈଳୀରେ ଅସନ୍ତୋଷ ବ୍ୟକ୍ତ କଲେ ପିଲାବେଳର କୋଚ

ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷ ସିରିଜରେ ଭାରତ ୨-୦ରେ କ୍ଲିନ ସୁଇପ କରିଥିଲେ ମଧ୍ୟ ବିରାଟ କୋହଲିଙ୍କ ପ୍ରଦର୍ଶନ ନିରାଶ କରିଛି । ସେ ୪ଟି ମ୍ୟାଚରେ ମାତ୍ର ୪୫ ରନ କରିବାକୁ ସକ୍ଷମ ହୋଇଛନ୍ତି । ସେହିପରି ଫିଲ୍ଡିଂରେ ମଧ୍ୟ ଅନେକଗୁଡିଏ କ୍ୟାଚ ଡ୍ରପ କରିଛନ୍ତି । କୋହଲିଙ୍କ ପିଲାବେଳର କୋଚ ରାଜକୁମାର ଶର୍ମା ମଧ୍ୟ ଏ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । କୋହଲି ଯେଉଁଭଳି ଭାବେ ସହଜରେ ୱିକେଟ ଦେଇ ଦେଉଛନ୍ତି ତାହା ଆଦୌ ଗ୍ରହଣୀୟ ନୁହେଁ । ସେ ତାଙ୍କ ଚିରାଚରିତ ଆକ୍ରମଣାତ୍ମକ ଶୈଳୀରେ ଖେଳିବାକୁ ପଡିବ । ସ୍ପିନରଙ୍କ ବିପକ୍ଷରେ ତାଙ୍କ ଉଚ୍ଚତାର ଖେଳାଳି ସଂଘର୍ଷ କରିବା ଚିନ୍ତାର କାରଣ ହୋଇପାରେ ।

BjdElectrycity

ସର୍କଲ ମଧ୍ୟରେ ମିଡ ଅନ ଓ ମିଡ ଅଫ ଥିବାବେଳେ ସେ ଖୋଲା ଶଟ ଖେଳିଲେ ବୋଲର ଚିନ୍ତାର ରହିବ । ଆଉ ତୁମେ ଯଦି ସ୍ପିନରଙ୍କ ହଇରାଣ ନ କରିବ ସେ ତୁମକୁ ଖେଳେଇ ଦେବେ ନାହିଁ । ବାହାର ବଲକୁ ସୁଇପ କରି ରନ ବାହାର କରିବା ବୁଦ୍ଧିମାନର କାମ ହେବ ବୋଲି ସେ କହିଛନ୍ତି । ସୀମିତ ଓଭରରେ ପ୍ରଦର୍ଶନ ଠିକଠାକ ଥିଲେ ମଧ୍ୟ ଟେଷ୍ଟରେ ସେ ୩ବର୍ଷ ହେବ ଶତକ ମାରିପାରି ନାହାନ୍ତି ।

Leave A Reply

Your email address will not be published.