Latest Odisha News

BREAKING NEWS

ପ୍ରଥମ ଭାରତୀୟ ଭାବେ ଟି୨୦ରେ ଏହି ରେକର୍ଡ କଲେ କୋହଲି

ବେଙ୍ଗାଲୁର: ଚଳିତ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ ଅବସରରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରର ଷ୍ଟାର ଖେଳାଳି ବିରାଟ କୋହଲି ଆଉ ଏକ କୀର୍ତିମାନ ନିଜ ନାମରେ ଯୋଡିଛନ୍ତି । ସେ ଭାରତର ପ୍ରଥମ ଖେଳାଳି ଭାବେ ଟି୨୦ କ୍ରିକେଟରେ ୧୩୦୦୦ ରନ ପୂର୍ଣ୍ଣ କରିଛନ୍ତି । ବିଶ୍ୱ କ୍ରିକେଟରେ ସେ ୫ମ ଖେଳାଳି ଭାବେ ଏହି ସଫଳତା ହାସଲ କରିଛନ୍ତି । ଏଥିପାଇଁ ସେ ୩୮୬ ଇନିଂସ ଖେଳିଥିଲେ । ତାଙ୍କ ପୂର୍ବରୁ କ୍ରିସ ଗେଲ(୩୮୧), ଆଲେକ୍ସ ହେଲସ(୪୭୪), ଶୋଏବ ମଲିକ(୪୮୭) ଓ କିରନ ପୋଲାର୍ଡ (୫୯୪)ଏହି କ୍ଲବରେ ସାମିଲ ହୋଇ ସାରିଛନ୍ତି ।

କୋହଲି ମୁମ୍ବାଇ ବିପକ୍ଷରେ ୪୨ ରନର ବିସ୍ଫୋରକ ଇନିଂସ ଖେଳିଥିଲେ । ତାଙ୍କ ଇନିଂସ ବଲରେ ଆରସିବି ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ବିପକ୍ଷରେ ୨୨୨ ରନର ବିଜୟ ଲକ୍ଷ୍ୟ ରଖିଛି । ଅଧିନାୟକ ରଜତ ପାଟୀଦାର ୩୨ ବଲରେ ୬୪ ଓ ଜିତେଶ ଶର୍ମା ୧୯ ବଲରେ ଦ୍ରୁତ ୪୦ ରନ କରି ଅପରାଜିତ ରହିଥିଲେ । ମୁମ୍ବାଇ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ଓ ଟ୍ରେଂଟ ବୋଲ୍ଟ ୨ଟି ଲେଖାଏଁ ୱିକେଟ ନେଇଥିଲେ । ଚଳିତ ଆଇପିଏଲରେ ମୁମ୍ବାଇ ଖରାପ ଫର୍ମରେ ରହିଛି । ଅପରପକ୍ଷରେ ଆରସିବି ଶୃଙ୍ଖଳିତ ପ୍ରଦର୍ଶନ ଜାରୀ ରଖିଛି ।

Comments are closed.