Latest Odisha News

ଚାମ୍ପିୟନ୍ସ ଟ୍ରଫିରେ ସର୍ବାଧିକ ରନ ସଂଗ୍ରହ କରିପାରନ୍ତି କୋହଲି

ଦୁବାଇ: ଭାରତୀୟ କ୍ରିକେଟ ଟିମର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଚାମ୍ପିୟନ୍ସ ଟ୍ରଫିରେ ସର୍ବାଧିକ ରନ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ ହେବାର ସୁଯୋଗ ରହିଛି । ଫେବୃୟାରୀ ୧୯ରୁ ଏହି ଟୁର୍ଣ୍ଣାମେଂଟ ଆରମ୍ଭ ହେବ । ଭାରତ ଫେବୃୟାରୀ ୨୦ରେ ବାଂଲାଦେଶ ବିପକ୍ଷରେ ତାର ଅଭିଯାନ ଆରମ୍ଭ କରିବ । ଭାରତ ତାର ସମସ୍ତ ମ୍ୟାଚ ଦୁବାଇରେ ଖେଳିବ । ଚାମ୍ପିୟନ୍ସ ଟ୍ରଫିରେ ୱେଷ୍ଟଇଣ୍ଡିଜର ବିସ୍ଫୋରକ ବ୍ୟାଟ୍ସମ୍ୟାନ କ୍ରିସ ଗେଲ ସର୍ବାଧିକ ରନ ସଂଗ୍ରହ କରିଛନ୍ତି । ସେ ୧୭ ମ୍ୟାଚରେ ୫୨ ଆଭରେଜରେ ୭୯୧ ରନ କରିଛନ୍ତି । ଏଥିରେ ୩ଟି ଶତକ ଓ ଗୋଟିଏ ଅର୍ଦ୍ଧଶତକ ରହିଛି । କୋହଲି ୧୩ ମ୍ୟାଚରେ ୮୮ ଆଭରେଜରେ ୫୨୯ ରନ କରିଛନ୍ତି । ଏଥିରେ ୫ ଅର୍ଦ୍ଧଶତକ ସାମିଲ ।

ଗେଲଙ୍କ ରେକର୍ଡ ଭାଙ୍ଗିବା ପାଇଁ କୋହଲି ୨୬୩ ରନ ଆବଶ୍ୟକ ହେଉଛି । କୋହଲି ଏବେ କିଛି ଦିନ ହେବ ତାଙ୍କ ଦକ୍ଷତା ମୁତାବକ ପ୍ରଦର୍ଶନ କରିପାରୁ ନାହାନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ପରେ ସେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ । ଫର୍ମ ସୁଧାରିବା ପାଇଁ ରଣଜୀ ଟ୍ରଫି ଖେଳିଥିଲେ ମଧ୍ୟ ଏଥିରେ ମଧ୍ୟ ନିରାଶ ହେବାକୁ ପଡିଥିଲା । ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜର ପ୍ରଥମ ୨ଟି ମ୍ୟାଚ ଫେଲ ମାରିବା ପରେ ତୃତୀୟ ମ୍ୟାଚରେ ଆକର୍ଷଣୀୟ ଅର୍ଦ୍ଧଶତକ ହାସଲ କରି ଫର୍ମକୁ ଫେରିଛନ୍ତି । କୋହଲିଙ୍କ ନିକଟରୁ ଚାମ୍ପିୟନ୍ସ ଟ୍ରଫିରେ ଭଲ ପ୍ରଦର୍ଶନ ଆଶାରେ ପ୍ରଶଂସକମାନେ ରହିଛନ୍ତି ।

Comments are closed.