Latest Odisha News

BREAKING NEWS

ରାଜ୍ୟ ବଜେଟ୍‌ ୨୦୨୫-୨୬: କ୍ରୀଡା ଭିତ୍ତିଭୂମିର ବିକାଶ ପାଇଁ ୯୪୩ କୋଟି

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଦିନ ଓଡ଼ିଶା ବିଧାନସଭାରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୨.୯୦ ଲକ୍ଷ କୋଟି ଟଙ୍କାର ଏକ ପୂର୍ଣ୍ଣାଙ୍ଗ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି।
ଏଥିରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ପାଇଁ ୯୪୩ କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି। ଉତ୍କୃଷ୍ଟ କ୍ରୀଡ଼ାବିତଙ୍କୁ ମିଳିବ ୧୦ କୋଟି ଟଙ୍କାର ସହାୟତା ରାଶି । କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ ପାଇଁ ୮୦ କୋଟି ବ୍ୟୟ ଅଟକଳ ।

ଆମ ରାଜ୍ୟରେ ପ୍ରତ୍ୟେକ ବ୍ଲକରେ କ୍ରିକେଟ, ଭଲିବଲ, ଫୁଟବଲ, ଆଥେଲେଟିକ୍ସ ସମେତ ବିଭିନ୍ନ କ୍ରୀଡା ପାଇଁ ଅତ୍ୟାଧୁନିକ ସୁବିଧା ରହିବ । ଏହା ସହିତ ବ୍ୟାଡମିଣ୍ଟନ, ଟେବୁଲ ଟେନିସ ଓ ଅନ୍ୟାନ କ୍ରୀଡା ସୁବିଧା ପାଇଁ ଇଣ୍ଡୋର ହଲ୍ ରହିବ । ଏଥିପାଇଁ ୫ବର୍ଷ ମଧ୍ୟରେ ୪୧୨୪କୋଟି ଟଙ୍କା ଖର୍ଚ୍ଚ କରାଯିବ । ୨୦୨୫-୨୬ ମଧ୍ୟରେ ବ୍ଲକ ସ୍ତରୀୟ ଷ୍ଟା଼ଡିୟମର ବିକାଶ ପାଇଁ ୮୨୫କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ବୋଲି ବଜେଟ୍ ଉପସ୍ଥାପନ ବେଳେ ସୂଚନା ଦିଆଯାଇଛି ।

ବଜେଟ୍ ଉପସ୍ଥାପନ ବେଳେ  ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସାରା ରାଜ୍ୟରେ ବିଶ୍ୱସ୍ତରୀୟ ସୁବିଧା ଉପଲବ୍ଧତାକୁ ବ୍ୟାପକ କରିବା ପାଇଁ କେନ୍ଦୁଝର, ସମ୍ବଲପୁର, ବ୍ରହ୍ମପୁର ଏବଂ କୋରାପୁଟକୁ କ୍ରୀଡା ହବ୍ ଭାବରେ ବିକଶିତ କରାଯାଉଛି। ପହଁରାକୁ ଜୀବନ କୌଶଳ ଏବଂ ପ୍ରତିଯୋଗିତାମୂଳକ ଖେଳ ଭାବରେ ପ୍ରୋତ୍ସାହିତ କରିବା ପାଇଁ ଆମେ ୧୩ଟି ନୂତନ ଇନଡୋର ସୁଇମିଂ ପୁଲ୍ ଯୋଡିବାକୁ ଯାଉଛୁ। ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ ଖୁବ୍ ଶୀଘ୍ର ସୁଇମିଂ ପୁଲ୍ ତିଆରି କରାଯିବ । ରାଉରକେଲାରେ ଦୁଇଟି ନୂତନ ଉଚ୍ଚ ପ୍ରଦର୍ଶନ କେନ୍ଦ୍ର କରାଯିବ ।  ସେଠାରେ ଆଥଲେଟିକ୍ସ ଏବଂ ତୀରନ୍ଦାଜୀ ପ୍ରତିଭାଙ୍କୁ ଜାତୀୟ ଏବଂ ଅନ୍ତର୍ଜାତୀୟ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ କରିବା ଲାଗି ବିଶ୍ୱସ୍ତରୀୟ ତାଲିମ ସୁବିଧା ପ୍ରଶିକ୍ଷଣ ପ୍ରଦାନ କରାଯିବ ।

 

Comments are closed.