Latest Odisha News

BREAKING NEWS

୨୦୨୫-୨୬ ବଜେଟ୍‌: ଜାଣନ୍ତୁ କେଉଁ ଯୋଜନା ପାଇଁ କେତେ

ଭୁବନେଶ୍ଵର: ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ସୋମବାର ମୁଖ୍ୟମନ୍ତ୍ରୀ ବଜେଟ୍‌ ଉପସ୍ଥାପନ କରିଛନ୍ତି । ବଜେଟରେ ଏଥର ମୁଖ୍ୟମନ୍ତ୍ରୀ ଅନେକ ନୂଆ ଯୋଜନା ଆଣିଛନ୍ତି । ବଜେଟରେ ଆଗାମୀ ଆର୍ଥିକବର୍ଷ ଲାଗି ବିଭିନ୍ନ କ୍ଷେତ୍ର ପାଇଁ ବ୍ୟୟବରାଦ କରାଯାଇଛି ।

ହସ୍ତତନ୍ତ ଓ ବୟନ ପାଇଁ ୧୨୨ କୋଟି

ହସ୍ତଶିଳ୍ପ ତାଲିକାକୁ ସଂଶୋଧନ କରାଯାଇଛି । ୧୦୦ ହସ୍ତଶିଳ୍ପ କାରିଗରଙ୍କୁ ବ୍ୟାଙ୍କ ଜରିଆରେ ଋଣ ଦିଆଯିବ ।

୧୨,୮୮,୦୦୦ ନିଯୁକ୍ତି ସୁଯୋଗ

ରାଜ୍ୟ ସରକାର ଶିଳ୍ପକୁ ଗୁରୁତ୍ବ ଦେଇଛନ୍ତି । ଉତ୍କର୍ଷ ଓଡ଼ିଶା ସମ୍ମିଳନୀ ମାଧ୍ୟମରେ ଅନେକ ପ୍ରକଳ୍ପ ପାଇଁ ପ୍ରସ୍ତାବ ଆସିଛି । ଏହା ଦ୍ବାରା ରାଜ୍ୟରେ ୧୨,୮୮,୦୦୦ ନିଯୁକ୍ତି ସୃଷ୍ଟି ହେବ । ଇଣ୍ଡଷ୍ଟ୍ରିଆଲ ପାର୍କ, ମହିଳା ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ । ରାଜ୍ୟ ସରକାର ଏକ ଶିଳ୍ପ କରିଡ଼ର ନିର୍ମାଣ କରିବେ । ଏହା ରାଜ୍ୟର ପ୍ରମୁଖ ସହରକୁ ସଂଯୋଗ କରିବ ।

ସ୍ବଚ୍ଛ ଓଡ଼ିଶା ଯୋଜନା ଆରମ୍ଭ ହେବ

ଆର୍ଥିକ ବର୍ଷ ୨୦୨୫-୨୬ରେ ରାଜ୍ୟ ସରକାର ସ୍ବଚ୍ଛ ଓଡ଼ିଶା ଯୋଜନା ଆରମ୍ଭ କରିବେ । ଏହି ଯୋଜନା ମାଧ୍ୟମରେ ସରକାର ସହରାଞ୍ଚଳର ଅଳିଆ ଆବର୍ଜନା ସଫା କରିବେ। ଏଥି ପାଇଁ ୬୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି ।

ପର୍ଯ୍ୟଟନକୁ ଅର୍ଥନୈତିକ ବିକାଶରେ ସାମିଲ କରିବାକୁ ଲକ୍ଷ୍ୟ

ପର୍ଯ୍ୟଟନ ପାଇଁ ସରକାର ୮୨୦ କୋଟି ପ୍ରଦାନ କରିବେ । ପର୍ଯ୍ୟଟନର ସମନ୍ବିତ ବିକାଶ ପାଇଁ ବ୍ୟୟ ହେବ ୩୯୫ କୋଟି । ରାଜ୍ୟ ସରକାର ଡେବ୍ରିଗଡ଼, ଶିମିଳିପାଳ, ଚିଲିକା, ମହେନ୍ଦ୍ରଗିରି ଆଦି ସ୍ଥାନ‌ର ବିକାଶ କରିବେ । ପର୍ଯ୍ୟଟକମାନଙ୍କୁ ଆଧୁନିକ ଓ ପରିବେଶ ଅନୁକୁଳ ସୁବିଧା ମିଳିବ। ଚିଲିକାରେ ଏକ ପକ୍ଷୀ ସଂଗ୍ରହାଳୟର ନିର୍ମାଣ କରାଯିବାକୁ ବଜେଟ୍ ରେ ବ୍ୟବସ୍ଥା କରାଯାଇଛି ।

ମହିଳା ଯାତ୍ରୀଙ୍କ ପାଇଁ ଚାଲିବ ସ୍ବତନ୍ତ୍ର ବସ୍‌

ରାଜ୍ୟ ସରକାର ସଡ଼କ ସୁରକ୍ଷାକୁ ଗୁରୁତ୍ବ ଦେଇଛନ୍ତି । ରାଜ୍ୟ ସରକାର ପ୍ରାଥମିକ ପର୍ଯ୍ୟାୟରେ ୧୦ ହଜାର ଚାଳକଙ୍କୁ ତାଲିମ ଦେବେ । ମୁଖ୍ୟମନ୍ତ୍ରୀ ବସ୍‌ ସେବା ଯୋଜନାରେ ସାଧାରଣ ପରିବହନ ବ୍ୟବସ୍ଥାକୁ ସୁଦୃଢ଼ କରାଯିବ । ମହିଳା ଯାତ୍ରୀଙ୍କ ପାଇଁ ଚାଲିବ ସ୍ବତନ୍ତ୍ର ବସ୍‌ ।

ଜଳ ଜୀବନ ମିସନକୁ ୨୦୨୮ ଯାଏଁ ବୃଦ୍ଧି

ଜଳ ଜୀବନ ମିସନକୁ ୨୦୨୮ ଯାଏଁ ବୃଦ୍ଧି କରାଯାଇଛି । ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ପଦକ୍ଷେପ ନେଇଛନ୍ତି ସରକାର । ୨୦୨୬ ସୁଦ୍ଧା ରାଜ୍ୟର ସବୁସ୍ଥାନକୁ ପାଇପ୍‌ ଜଳ । ୧୧୫ଟି ସହରରେ ଜଳ ସଂଯୋଗ ମାଧ୍ୟମରେ ରାଜ୍ୟ ସରକାର ପାଣି ଯୋଗାଇବେ ।
କନ୍ୟା ବିବାହ ଯୋଜନା
୨୦୨୫-୨୬ ଆର୍ଥିକ ବର୍ଷ ବଜେଟ୍ ରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଘୋଷଣା କରିଛନ୍ତି । ଏହି ଯୋଜନା ଅଧୀନରେ ଗରିବ ପରିବାରର ଝିଅଙ୍କ ବିବାହ କରିବେ ରାଜ୍ୟ ସରକାର । ଏଥିପାଇଁ ବଜେଟରେ ୧୨ କୋଟିର ବ୍ୟୟ ବରାଦ କରାଯାଇଛି ।

ପଶୁପାଳନ ପାଇଁ ୧୯୦୯ କୋଟି

ମତ୍ସ୍ୟ, ପଶୁପାଳନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ଲକ୍ଷ୍ୟ ରଖାଯାଇଛି । ଦୁଗ୍ଧ ଉତ୍ପାଦନ ବୃଦ୍ଧି ନିମନ୍ତେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଲାଗୁ ହେବ । ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ଖର୍ଚ୍ଚ ହେବ ୧୪୬ କୋଟି । ଗୋମାତା ଯୋଜନା ପାଇଁ ୪୬ କୋଟି ରଖାଯାଇଛି ।

କୃଷି ପାଇଁ ୩୭,୮୦୦ କୋଟି

କୃଷି ପାଇଁ ଏଥର ବଜେଟ୍‌ରେ ୩୭,୮୦୦ କୋଟି ବ୍ୟୟ ଅଟକଳ ରଖାଯାଇଛି । ଯାହା ଗତ ବର୍ଷ ତୁଳନାରେ ଏହା ୧୨ ପ୍ରତିଶତ ଅଧିକ । ସିଏମ୍‌ କିଷାନ ଯୋଜନାରେ ୨ ହଜାର ୨୦ କୋଟି ବ୍ୟୟ ଅଟକଳ ରଖାଯାଇଛି । ଫସଲ ବିବିଧତାର ପ୍ରସାର ପାଇଁ ୬୯୫ କୋଟି ରଖିଛୁ । ମିଲେଟ ଶ୍ରୀଅନ୍ନ ଯୋଜନା ୧୭୭ଟି ବ୍ଲକକୁ ବର୍ଦ୍ଧିତ କରାଯାଇଛି । ମିଲେଟ ପାଇଁ ଏମ୍‌ଏସ୍‌ପି ୪୨୯୦ ଟଙ୍କା ବାଦ ଅଧିକ ୨ ଶହ ଟଙ୍କା ମିଳିବ ।

ଏମଏଲଏ ସହାୟତା ପାଣ୍ଠି ୩ କୋଟିରୁ ୫ କୋଟିକୁ ବୃଦ୍ଧି

୨୦୨୫-୨୬ ଆର୍ଥିକ ବର୍ଷ ବଜେଟ୍ ରେ ଏମଏଲଏ ସହାୟତା ପାଣ୍ଠି ୩ କୋଟିରୁ ୫ କୋଟିକୁ ବୃଦ୍ଧି । ଏଥିପାଇଁ ବଜେଟ୍‌ରେ ୭୩୫ କୋଟିର ବ୍ୟବସ୍ଥା । ନିର୍ବାଚନ ମଣ୍ଡଳୀ ଭିତ୍ତିକ ଆବଣ୍ଟନ ପାଇଁ ଆଉ ୧୪୨ କୋଟି ଟଙ୍କା ବ୍ୟୟ ବରାଦ ।

କ୍ରୀଡା ଭିତ୍ତିଭୂମିର ବିକାଶ

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୋମବାର ଓଡ଼ିଶା ବିଧାନସଭାରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୨.୯୦ ଲକ୍ଷ କୋଟି ଟଙ୍କାର ଏକ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି । ଏଥିରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ପାଇଁ ୯୪୩ କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି । ଉତ୍କୃଷ୍ଟ କ୍ରୀଡ଼ାବିତଙ୍କୁ ମିଳିବ ୧୦ କୋଟି ଟଙ୍କାର ସହାୟତା ରାଶି । କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ ପାଇଁ ୮୦ କୋଟି ବ୍ୟୟ ଅଟକଳ ।

ଶକ୍ତି ବିକାଶ ବଜେଟ୍

ରାଜ୍ୟ ସରକାର ଶକ୍ତି ବିକାଶ ପାଇଁ ବହୁ ଯୋଜନା କରିଛନ୍ତି । ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ ଯୋଜନା ପାଇଁ ୧୦୩୩ କୋଟି ବ୍ୟୟ ବରାଦ କରିଛନ୍ତି । ଓଡ଼ିଶା ଅକ୍ଷୟ ଶକ୍ତି ବିକାଶ ଯୋଜନା ପାଇଁ ୧୦୯୩ କୋଟି । ମୁଖ୍ୟମନ୍ତ୍ରୀ ଶକ୍ତି ସଂରକ୍ଷଣ ଅଭିଯାନ ପାଇଁ ୧୨୭ କୋଟି ବ୍ୟୟ ବରାଦ । OPGC ଅଂଶଧନ ନିବେଶ ପାଇଁ ୪୨୯ କୋଟି ବ୍ୟୟ ଲକ୍ଷ ରଖାଯାଇଛି ।

ମଧୁବାବୁ ପେନ୍‌ସନ ଯୋଜନା

ସାମାଜିକ ସୁରକ୍ଷା କ୍ଷେତ୍ରରେ ଆମ ସରକାର ମଧୁବାବୁ ପେନ୍‌ସନ ଯୋଜନା ପାଇଁ ୫ ହଜାର ୩୭୦ କୋଟି ବ୍ୟୟ ବରାଦ କରିଛନ୍ତି । ଜାତୀୟ ବୟସ୍କ ଓ ପୀଡ଼ିତଙ୍କ ପାଇଁ ୨ ହଜାର ୧୮୧ କୋଟି ବ୍ୟୟ ହେବ । ଇନ୍ଦିରା ଗାନ୍ଧି ଜାତୀୟ ପେନ୍‌ସନ ଯୋଜନା ପାଇଁ ୧୦୧୬ କୋଟି ବ୍ୟୟ ବରାଦ କରାଯାଇଛି ।

Comments are closed.