ନୂଆଦିଲ୍ଲୀ: ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଇଂଲଣ୍ଡ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ନୂତନ କୀର୍ତିମାନ ସ୍ଥାପନ କରିପାରନ୍ତି । ୩୬ ବର୍ଷୀୟ କୋହଲି ଏହି ସିରିଜରେ ୯୪ ରନ କଲେ ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଦିନିକିଆ କ୍ରିକେଟରେ ଦ୍ରୁତ ୧୪୦୦୦ ରନ ସଂଗ୍ରହ କରିବେ । ସେ ଏବେ ୨୮୩ ଦିନିକିଆରେ ୫୮.୧୮ ଆଭରେଜରେ ୧୩୯୦୬ ରନ କରିଛନ୍ତି । ଏଥିରେ ୫୦ ଶତକ ଓ ୭୨ ଅର୍ଦ୍ଧଶତକ ସାମିଲ । ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ୩୫୦ ଦିନିକିଆରେ ୧୪୦୦୦ ରନ କରିଥିଲେ । ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜରେ କୋହଲି ୨୪, ୧୪ ଓ ୨୦ ରନ କରି ପ୍ରଶଂସକଙ୍କୁ ନିରାଶ କରିଥିଲେ ।
ଇଂଲଣ୍ଡ ବିପକ୍ଷ ସିରିଜରେ ଭଲ ପ୍ରଦର୍ଶନ କରି କୋହଲି ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ ଫର୍ମକୁ ଫେରିବାକୁ ଚାହିଁବେ । ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ପରେ କୋହଲି ବ୍ୟାଟିଂ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତାଙ୍କ ପ୍ରଦର୍ଶନ ଉପରେ ଏବେ ଚୟନ କମିଟି ତୀକ୍ଷଣ ନଜର ରଖିଛନ୍ତି । ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତ ନିକଟରେ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜରେ ୪-୧ରେ ବିଜୟୀ ହୋଇଛି ।
Comments are closed.