Latest Odisha News

BREAKING NEWS

ଗାଧୋଇବାକୁ ଯାଇ ଗାଁ ପୋଖରୀରେ ବୁଡ଼ି ଦୁଇ ଭଉଣୀଙ୍କ ମୃତ୍ୟୁ

ବ୍ରହ୍ମପୁର: ପୋଖରୀରେ ବୁଡ଼ି ଦୁଇ ଭଉଣୀଙ୍କ ମୃତ୍ୟୁ। ରବିବାର ଗଞ୍ଜାମ ଜିଲ୍ଲାର ଶେରଗଡ଼ ବ୍ଲକ ହିଞ୍ଜିଳି ଥାନା ନରେନ୍ଦ୍ରପୁର ପଞ୍ଚାୟତର କୀର୍ତ୍ତିପୁର ଗାଁରେ ପୋଖରୀରେ ବୁଡ଼ି ଦୁଇ ଭଉଣୀଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଉଛନ୍ତି ଗାଁର ନରସୁ ପଲାଇଙ୍କ ଦୁଇ ନାତୁଣୀ ରୋଶନୀ ରାଉତ (୭) ଓ ସନ୍ଧ୍ୟା ରାଉତ (୧୦)।

ସେମାନଙ୍କର ମା ’ରୀନା ରାଉତ ଯିଏ ଦୈନିକ ମଜୁରୀ ଖଟି ଟଙ୍କା ଅର୍ଜନ କରନ୍ତି ଏବଂ ସେହି ଗାଁରେ ରୁହନ୍ତି। ରୀନା ରାଉତ ରୋଜଗାର କରିବା ପାଇଁ ରାଜ୍ୟ ବାହାରେ ରୁହନ୍ତି। ରୋଶନୀ ଓ ସନ୍ଧ୍ୟା କୀର୍ତ୍ତିପୁରରେ ତାଙ୍କ ଅଜା ନରସୁ ପଲାଇଙ୍କ ଘରେ ରହି ପାଠ ପଢନ୍ତି। ଆଜି ସେମାନେ ଟିଉସନରୁ ଫେରି ଗାଁ ମୁଣ୍ଡରେ ଥିବା ପାତ୍ର ବନ୍ଧକୁ ଗାଧୋଇବା ପାଇଁ ଯାଇଥିଲେ। ସେଠାରେ କୌଣସି କାରଣ ବଶତଃ ଉଭୟେ ବୁଡି ଯାଇଥିଲେ।

ଗ୍ରାମବାସୀ ଉଭୟଙ୍କୁ ଉଦ୍ଧାର କରିଥିଲେ। ତେବେ ସେତେବେଳକୁ ସେମାନଙ୍କର ମୃତ୍ୟୁ ହୋଇଯାଇଥିଲା। ସୂଚନା ପାଇବା ପରେ ହିଞ୍ଜିଳି ପୋଲିସ ଏକ ଟିମ୍ ଘଟଣାସ୍ଥଳକୁ ଯାଇ ଘଟଣାର ତଦନ୍ତ କରିବା ସହ ଶବ ଦୁଇଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହି ଘଟଣାଟି ଅପମୃତ୍ୟୁ ମାମଲା ରୁଜୁ କରିଛି ପୋଲିସ।

Leave A Reply

Your email address will not be published.