ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ଫର୍ମ ଏବେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ସାଜିଛି । ଟି୨୦ ବିଶ୍ୱକପ ପୂର୍ବରୁ କୋହଲି ମଧ୍ୟ ଫର୍ମକୁ ଫେରିବା ପାଇଁ ବ୍ୟଗ୍ର ହୋଇ ଉଠିଛନ୍ତି । ରିପୋର୍ଟ ମୁତାବକ କୋହଲି ଜିମ୍ବାୱେ ବିପକ୍ଷ ସିରିଜ ଖେଳିବାକୁ ଚାହୁଁଛନ୍ତି । ୬ ବର୍ଷ ପରେ ଜିମ୍ବାୱେ ଗସ୍ତରେ ଯିବ ଭାରତ । ୧୮ରୁ ୨୨ ଅଗଷ୍ଟ ପର୍ଯ୍ୟନ୍ତ ହରାରରେ ୩ଟି ଦିନିକିଆ ମ୍ୟାଚ ଖେଳାଯିବ । କୋହଲି ଏବେ ବିଶ୍ରାମ ପାଇଁ ୱେଷ୍ଟଇଣ୍ଡିଜ ଗସ୍ତରୁ ଓହରି ଯାଇଛନ୍ତି । ଟିମ ଇଣ୍ଡିଆ ମଧ୍ୟ ଟି୨୦ ବିଶ୍ୱକପ ଓ ଦିନିକିଆ ବିଶ୍ୱକପରେ କୋହଲିଙ୍କୁ ଜବରଦସ୍ତ ଫର୍ମରେ ଦେଖିବାକୁ ଚାହୁଁଛି । ୨୦୧୯ ପରଠାରୁ ସେ କୌଣସି ଫର୍ମାଟରେ ଶତକ ହାସଲ କରିପାରି ନାହାନ୍ତି । ସେହିପରି ନିକଟରେ ଇଂଲଣ୍ଡ ବିପକ୍ଷରେ ମଧ୍ୟ ତାଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା । ଲୟକୁ ଫେରିବା ପାଇଁ କୋହଲିଙ୍କୁ ଗୋଟିଏ କିମ୍ବା ୨ଟି ବଡ ଇନିଂସର ଆବଶ୍ୟକତା ରହିଛି । ଜିମ୍ବାୱେ ଅପେକ୍ଷାକୃତ ଦୁର୍ବଳ ଟିମ ହୋଇଥିବାରୁ କୋହଲିଙ୍କ ଫର୍ମକୁ ଫେରିବାରେ ସହାୟ ହେବ ବୋଲି ଆଶା କରାଯାଉଛି ।
BREAKING NEWS
- Rourkela Plane Crash: ବିମାନ ଦୁର୍ଘଟଣାସ୍ଥଳ ଅନୁଧ୍ୟାନ କଲେ ପରିବହନ ମନ୍ତ୍ରୀ, କହିଲେ ଭଗବାନ ଆମକୁ ରକ୍ଷା କରିଦେଲେ…
- ନିଜକୁ ‘ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି’ କହିଲେ ଡୋନାଲ୍ଡ ଟ୍ରମ୍ପ, ନିଜ ପୋଷ୍ଟରେ କଲେ ଦାବି…
- Weather Update: ୧୩ ଓ ୧୪ରେ ତଳମୁହାଁ ହେବ ପାରଦ, ଓଡ଼ିଶାକୁ ପୁଣି ଥରାଇବ ଶୀତ
- Suspicious Drones: ଏଲଓସିରେ ଦେଖାଗଲା ପାକିସ୍ତାନୀ ଡ୍ରୋନ୍, ହାଇଆଲର୍ଟରେ ସୁରକ୍ଷା ବାହିନୀ
- ଜଳିଗଲା ୨୦ରୁ ଅଧିକ ବାଇକ୍,ପୋଲିସ କରିଥିଲା ସିଜ୍
- ରେଳଷ୍ଟେସନରୁ ୫ ଆନ୍ତଃରାଜ୍ୟ ଚାଲାଣକାରୀ ଗିରଫ,ଗଞ୍ଜେଇ ଜବତ
- ଉଦୟଗିରିରେ ଅର୍ନ୍ତଜାତୀୟ ବୌଦ୍ଧ ସମ୍ମିଳନୀ ଉଦଘାଟିତ, ଦେଶ ବିଦେଶରୁ ଆସିଛନ୍ତି ୧୭୦୦ରୁ ବୌଦ୍ଧ ଧର୍ମାବଲମ୍ବୀ
- Cyber Fraud Busted: ପୋଲିସ ହାତରେ ଧରାପଡିଲେ ୧୨ ଆନ୍ତଃରାଜ୍ୟ ସାଇବର ଲୁଟେରା
- Hero Hockey India League:ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ କଳିଙ୍ଗ ଲାନସର୍ସ
- କୋହଲି, ଗିଲଙ୍କ ଆକର୍ଷଣୀୟ ପ୍ରଦର୍ଶନ: ପ୍ରଥମ ଦିିନିକିଆରେ ଭାରତ ବିଜୟୀ
Comments are closed.