Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ରାଷ୍ଟ୍ରପତି ନିର୍ବାଚନ: ପ୍ରଥମ ରାଉଣ୍ଡ ଫଳାଫଳରେ ମୁର୍ମୁ ଆଗୁଆ

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନର ପ୍ରଥମ ରାଉଣ୍ଡ ଫଳାଫଳ ଆସିଛି । ପ୍ରଥମ ରାଉଣ୍ଡରେ ଦ୍ରୌପଦୀ ମୁର୍ମୁଙ୍କୁ ୫୪୦ ଖଣ୍ଡ ଭୋଟ୍ ମିଳିଥିବା ବେଳେ ମିଳିତ ବିରୋଧୀ ଦଳର ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ମିଳିଛି ୨୦୮ ଭୋଟ୍ । ସମୁଦାୟ ଭୋଟ୍‌ରୁ ୧୫ଟି ଭୋଟ୍ ନାକଚ ହୋଇଥିବା ଜଣାପଡ଼ିଛି ।

ଦ୍ରୌପଦୀ ମୁର୍ମୁଙ୍କୁ ମିଳିଥିବା ଭୋଟର ମୂଲ୍ୟ ୩ ଲକ୍ଷ ୭୮ ହଜାର ହୋଇଥିବା ବେଳେ ଯଶୱନ୍ତ ସିହ୍ନାଙ୍କୁ ମିଳିଥିବା ଭୋଟର ମୂଲ୍ୟ ୧ ଲକ୍ଷ ୪୫ ହଜାର ୬୦୦ । ପ୍ରଥମ ରାଉଣ୍ଡରେ ସଂସଦରେ ହୋଇଥିବା ଭୋଟର ଗଣନା କରାଯାଇଥିଲା ।

ମୋଟ ଭୋଟରୁ ୭୪୮ଟି ଭୋଟ୍ ବୈଧ ଥିବାବେଳେ ତାର ମୂଲ୍ୟ ହେଉଛି ୫ ଲକ୍ଷ ୨୩ ହଜାର ୬୦୦ । ଏବେ ଦ୍ୱିତୀୟ ରାଉଣ୍ଡ ଭୋଟ୍ ଗଣନା ଆରମ୍ଭ ହୋଇଛି । ଦ୍ୱିତୀୟ ରାଉଣ୍ଡ ଗଣତିରେ ସବୁ ରାଜ୍ୟର ବିଧାୟକମାନଙ୍କ ଭୋଟ୍ ଗଣତି କରାଯାଉଛି ।

ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଜୁଲାଇ ୨୪ ତାରିଖରେ ସରୁଛି । ନୂଆ ରାଷ୍ଟ୍ରପତି ୨୫ ତାରିଖରେ ଶପଥ ନେବେ । ମୁର୍ମୁ ବିଜୟୀ ହେଲେ ସେ ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ହେବେ । ମୁର୍ମୁଙ୍କ ଜନ୍ମମାଟି ମୟୂରଭଞ୍ଜର ରାଇରଙ୍ଗପୁର ମଧ୍ୟ ଉତ୍ସବମୁଖର ହୋଇ ଉଠିଛି ।

Leave A Reply

Your email address will not be published.