Latest Odisha News

BREAKING NEWS

ଗୁଗଲ ଇତିହାସରେ ସବୁଠାରୁ ଅଧିକ ସର୍ଚ୍ଚ କରାଯାଇଥିବା କ୍ରିକେଟର ହେଲେ କୋହଲି

ନୂଆଦିଲ୍ଲୀ: କ୍ରିକେଟ ଜଗତରେ ବିରାଟ କୋହଲିଙ୍କୁ ବା କିଏ ନ ଜାଣେ । ତେବେ ସାରା ବିଶ୍ୱରେ ମଧ୍ୟ ସେ କ୍ରିକେଟର ଭାବେ ବେଶ ଲୋକପ୍ରିୟ ତାହା ପୁନର୍ବାର ସ୍ପଷ୍ଟ ହୋଇଛି । ନିକଟରେ ସର୍ଚ୍ଚ ଇଂଜିନ ଗୁଗଲ ତାର ୨୫ ବର୍ଷ ଇତିହାସର ଲୋକପ୍ରିୟ ଖେଳାଳିଙ୍କ ସୂଚୀ ଜାରି କରିଛି । ଏଥିରେ କ୍ରିକେଟର ଭାବେ କୋହଲିଙ୍କୁ ସବୁଠାରୁ ଅଧିକ ସର୍ଚ୍ଚ କରାଯାଇଛି । ସଚିନ ତେନ୍ଦୁଲକର, ଶେନ ୱର୍ଣ୍ଣ, ମୁଥୟା ମୁରଲୀଧରନ, ରିକି ପଂଟି ଓ ଏମଏସ ଧୋନୀଙ୍କ ପରି କ୍ରିକେଟରଙ୍କୁ ସେ ପଛରେ ପକାଇ ଦେଇଛନ୍ତି । ତେବେ ଓଭରାଲ ଅଧିକ ସର୍ଚ୍ଚ କରାଯାଇଥିବା ଆଥଲେଟଙ୍କ ମଧ୍ୟରେ ପର୍ତୁଗାଲର କ୍ରିଷ୍ଟିଆନ ରୋନାଲ୍ଡୋ ଶୀର୍ଷରେ ରହିଛନ୍ତି । ସେ ଲିଓନେଲ ମେସୀ, ରୋଜର ଫେଡେରର, ରାଫେଲ ନାଡାଲ ଓ ନୋଭାକ ଜୋକୋଭିଚଙ୍କୁ ପଛରେ ପକାଇ ଦେଇଛନ୍ତି । ସୂଚନାଯୋଗ୍ୟ, କୋହଲି ମଧ୍ୟ ରୋନାଲ୍ଡୋଙ୍କ ଜବରଦସ୍ତ ପ୍ରଶଂସକ ଅଟନ୍ତି ।

୨୦୨୨ ବିଶ୍ୱକପରେ ପର୍ତୁଗାଲ ଟାଇଟଲ ହାସଲ କରି ନ ପାରି ବିଦା ନେବେ ବୋଲି ରୋନାଲ୍ଡୋ କାନ୍ଦି ପକାଇଥିଲେ । କୋହଲି ଇନଷ୍ଟାଗ୍ରାମରେ ଏ ନେଇ ଲେଖିଥିଲେ ବିଶ୍ୱର ଫୁଟବଲ ପ୍ରେମୀଙ୍କ ଆପଣ ଯାହା କିଛି କରିଛନ୍ତି ତାହାକୁ କୌଣସି ଟ୍ରଫି କିମ୍ବା ସମ୍ମାନରେ ସୀମିତ ରଖାଯାଇ ପାରିବ ନାହିଁ । ଆମେ ଆପଣଙ୍କୁ ଖେଳିବା ବେଳେ ଦେଖୁଥିବା ସମୟରେ ଯାହା ଅନୁଭବ କରୁ ତାହା ଆପଣ ବୁଝିପାରିବେ ନାହିଁ । ଆପଣ ମୋ ପାଇଁ ଗ୍ରେଟେଷ୍ଟ ଅଫ ଅଲ ଟାଇମ ।

Leave A Reply

Your email address will not be published.