ଭୁବନେଶ୍ବର: ରାଜଧାନୀରେ ମହଙ୍ଗା ପଡିଲା ଗଛ, କାନ୍ଥ ଓ ବିଦ୍ୟୁତ ଖୁଣ୍ଟରେ ଟୁଲେଟ ବିଜ୍ଞାପନ ମାରିବା । ଟୁଲେଟ ଓ ବିଜ୍ଞାପନ ଲଗାଇବାରୁ ୩ ସଂସ୍ଥାଠାରୁ ୫୦ ହଜାର ଲେଖାଏଁ ମୋଟ ଦେଢ ଲକ୍ଷ ଟଙ୍କା ଜରିମାନା ଆଦାୟ କରିଛି ବିଏମସି । ଏଥିସହ ବିଜ୍ଞାପନ ଲଗାଇଥିବା ସଂସ୍ଥା ନାଁରେ ଥାନାରେ ଏତଲା ଦିଆଯାଇଛି । ବିଜ୍ଞାପନ ଲଗାଇବା ଦ୍ବାରା ସହରର ସୌନ୍ଦର୍ଯ୍ୟ ନଷ୍ଟ ହେଉଛି। ଏଥିସହ ମାନବ ସମ୍ବଳ ଉପରେ ପ୍ରଭାବ ପଡୁଥିବା ବିଏମସି କମିଶନର କହିଛନ୍ତି ।
ଭୁବନେଶ୍ବର ଫାଷ୍ଟ ଅଭିଯାନକୁ ଜୋରଦାର କରିବାକୁ ବିଏମସି ଦିନ ରାତି ଏକ କରିଛି । ହେଲେ କିଛି ଲୋକ ଓ ସଂସ୍ଥା ସୌନ୍ଦ୍ୟର୍ଯ୍ୟ ବିଗାଡୁଛନ୍ତି ।ବିନା ଅନୁମତିରେ ବେଆଇନ ଭାବରେ ଟୁଲେଟ ଓ ବିଜ୍ଞାପନ ମାରିଥିବା ୩ ସଂସ୍ଥାଠାରୁ ଦେଢ ଲକ୍ଷ ଟଙ୍କା ଜରିମାନା ଆଦାୟ ସହ ସମ୍ପୃକ୍ତ ସଂସ୍ଥା ବିରୋଧରେ ଥାନାରେ ଏତଲା ଦେଇଛି ବିଏମସି ।
ଗଛ, କାନ୍ଥ ଓ ବିଦ୍ୟୁତ ଖୁଣ୍ଟରେ ପୋଷ୍ଟର ଲାଗିବା ଦ୍ବାରା ଏ ସବୁ ସଫା କରିବା ପାଇଁ ସ୍ପ୍ରେ ମେସିନ ଓ କର୍ମଚାରୀ ନିୟୋଜିତ ହେଉଛନ୍ତି । ବିଏମସିର ଅଯଥା ଟଙ୍କା ଖର୍ଚ୍ଚ ହେଉଛି । ଯିଏ ବି ସହରର ସୌନ୍ଦର୍ଯ୍ୟକରଣ ନଷ୍ଟ କରିବ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ବିଏମସି କମିଶନର ଚେତାବନୀ ଦେଇଛନ୍ତି ।
BREAKING NEWS
- ଚୋରା ବାଲି କାରବାର ଉପରେ ପୋଲିସର ବଡ଼ ଆକ୍ସନ;୫ ଟ୍ରାକ୍ଟର ସହ ୫ ଡ୍ରାଇଭର ଅଟକ
- ଗୁପଚୁପ୍ ଖାଉଥିଲେ ସାବଧାନ! ଅସ୍ୱାସ୍ଥ୍ୟକର ପରିବେଶରେ ପ୍ରସ୍ତୁତ ହେଉଛି…
- UP woman English: ସାଧାରଣ ଗୃହିଣୀଙ୍କ ମୁହଁରେ ଅନର୍ଗଳ ଇଂରାଜୀ! ପ୍ରିୟଙ୍କା ଚୋପ୍ରା କଲେ ବାଃ ବାଃ…ହେଲେ ଭିଡିଓ ପାଇଁ ସ୍ୱାମୀ ଦେଲେ ଗାଳି
- ପୁଣି ଚର୍ଚ୍ଚାରେ ଦିଶା ସାଲିଆନଙ୍କ ମୃତ୍ୟୁ ମାମଲା: ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶର ଗୋଟିଏ ସର୍ତ୍ତକୁ ବିରୋଧ କଲେ ବାପା
- Congress over Repo Rate: ‘ଭଲ ନୁହେଁ, ଆସିଗଲା ଶୋଷଣର ଦିନ’! ରେପୋ ରେଟ୍ ବଢ଼ିବା ପରେ ମୋଦି ସରକାରକୁ କଂଗ୍ରେସର ଟାର୍ଗେଟ୍
- BrahMos Contract For Navy:ନୌସେନାର ଶକ୍ତି ବୃଦ୍ଧି କରିବ ବ୍ରହ୍ମୋସ୍; ୬୬୧ କୋଟି ଟଙ୍କାର ଚୁକ୍ତି ସ୍ୱାକ୍ଷରିତ
- ଓଡ଼ିଶା ବନ୍ଦ; ଆସନ୍ତାକାଲି ବନ୍ଦ ରହିବ ଅଟୋ ସେବା
- ୧୫ରେ ପରଦାକୁ ଆସିବ ‘ଜେଲର୍-୨’; ଟ୍ରେଲରରେ ରଜନୀକାନ୍ତଙ୍କ ଦମଦାର ଝଲକ୍
- ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଚୌଦ୍ୱାର ଜେଲ୍ର ନିଲମ୍ବିତ ବରିଷ୍ଠ ଅଧୀକ୍ଷକ
- Kiara Advani Pregnancy: ସରାୟା ହେବେ ବଡ଼ ଭଉଣୀ! କିଆରା-ସିଦ୍ଧାର୍ଥଙ୍କ ଘରେ ପୁଣି ଶୁଭିବ କୁଆଁ କୁଆଁ ଡାକ, ନିଆରା ଢଙ୍ଗରେ ଦେଲେ ଖୁସିଖବର

Comments are closed.