Latest Odisha News

BREAKING NEWS

କୋହଲି ସ୍ୱତଃ ହଟିଥିଲେ ନାଁ ହଟା ଯାଇଛନ୍ତି !

ନୂଆଦିଲ୍ଲୀ: ଆଗାମୀ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ପାଇଁ ରୋହିତ ଶର୍ମାଙ୍କୁ ଦିନିକିଆ କ୍ରିକେଟ ଦଳର ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି । ତେବେ ଏଥିପାଇଁ ବିରାଟ କୋହଲି ସ୍ୱତଃ ହଟିଥିଲେ ନାଁ ବିସିସିଆଇ ତାଙ୍କୁ ହଟାଇଥିଲେ ସେ ନେଇ ଦ୍ୱନ୍ଦ୍ୱ ରହିଥିଲା । ତେବେ ଗୁରୁବାର ଏଥିରୁ ପରଦା ହଟିଛି । ମିଡିଆ ରିପୋର୍ଟସଙ୍କ ମୁତାବକ କୋହଲି ୨୦୨୩ ଦିନିକିଆ ବିଶ୍ୱକପରେ ଭାରତର ନେତୃତ୍ୱ ନେବା ଆଶା ରଖିଥିଲେ । ସେଥିପାଇଁ ସ୍ୱତଃ ଓହରିଯିବାକୁ ରାଜି ହୋଇ ନ ଥିଲେ ।

ପରେ ବିସିସିଆଇ ତାଙ୍କୁ ୪୮ଘଂଟା ସମୟ ଦେଇଥିଲା ଏବଂ ଏହା ପରେ ରୋହିତଙ୍କୁ ଅଧିନାୟକ ଘୋଷଣା କରିଥିଲା । କୋହଲିଙ୍କ ନେତୃତ୍ୱରେ ଭାରତ ୯୫ ଦିନିକିଆରୁ ୬୫ରେ ବିଜୟ ହାସଲ କରିଛି । ତେବେ ତାଙ୍କ ନେତୃତ୍ୱରେ ଭାରତ କୌଣସି ଆଇସିସି ଟ୍ରଫି ଜିତିପାରି ନ ଥିବାରୁ ଏହା ତାଙ୍କ ବିପକ୍ଷରେ ଯାଇଥିଲା ।

Comments are closed.