Latest Odisha News

BREAKING NEWS

ଭାଇରାଲ ହେଲା କୋହଲିଙ୍କ ଟି ଶର୍ଟ

ବାଙ୍ଗାଲୋର: ଆଇପିଏଲର ୨୦୨୪ ସଂସ୍କରଣ ମାର୍ଚ୍ଚ ୨୨ରୁ ଆରମ୍ଭ ହେବ । ଉଦଘାଟନୀ ମୁକାବିଲା ଚେନ୍ନାଇ ସୁପର କିଙ୍ଗସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବ । ବାଙ୍ଗାଲୋରର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଲଣ୍ଡନରେ ରହିବା ପରେ ଏବେ ସ୍ୱଦେଶ ପ୍ରତ୍ୟାବର୍ତନ କରିବା ସହ କ୍ୟାମ୍ପରେ ଯୋଗ ଦେଇଛନ୍ତି । କୋହଲି କ୍ୟାମ୍ପକୁ ଯିବା ବେଳେ ଯେଉଁ ଟି ଶର୍ଟ ପିନ୍ଧିଥିଲେ ତାହା ଏବେ ଭାଇରାଲ ହେବାରେ ଲାଗିଛି । ଏହି ଟି ଶର୍ଟରେ ଡ୍ୟାଡ ଲେଖା ହୋଇଛି । କୋହଲି ନିକଟରେ ଦ୍ୱିତୀୟ ସନ୍ତାନର ବାପା ହୋଇଛନ୍ତି । କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମା ଫେବୃୟାରୀ ୧୫ରେ ଅକାୟ ନାମକ ପୁତ୍ର ସନ୍ତାନର ମାଆ ହୋଇଥିଲେ ।

କୋହଲିଙ୍କ ଡ୍ୟାଡ ଟି ଶର୍ଟର ମୂଲ୍ୟ ୫ ହଜାର ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । କୋହଲି ବାଙ୍ଗାଲୋର ଟିମରେ ଯୋଗଦେବା ପରେ ଖେଳାଳିମାନେ ବେଶ ଉତ୍ସାହିତ ହୋଇ ପଡିଛନ୍ତି । ଡବ୍ଲ୍ୟୁପିଏଲରେ ବାଙ୍ଗାଲୋର ଟିମ ଟ୍ରଫି ହାତେଇଥିବାରୁ ଏଥର ପୁରୁଷ ଦଳ ଏହି ମରୁଡିକୁ ଦୂର କରିବେ ବୋଲି ଆଶା କରାଯାଉଛି । କୋହଲିଙ୍କ ଆଇପିଏଲ ପ୍ରଦର୍ଶନ ଉପରେ ଏବେ ସମସ୍ତଙ୍କ ନଜର ରହିବ । ଟି୨୦ ବିଶ୍ୱକପ ଦଳରେ ସାମିଲ ହେବାକୁ ହେଲେ ତାଙ୍କୁ ଆଖିଦୃଶିଆ ପ୍ରଦର୍ଶନ କରିବାକୁ ପଡିବ ।

Leave A Reply

Your email address will not be published.