Latest Odisha News

BREAKING NEWS

ବିଜେପିରେ ଅରିନ୍ଦମ: କଣ ଦେଉଛି ସଙ୍କେତ ?

ଭୁବନେଶ୍ୱର: କାହିଁକି ବିଜେଡି ଛାଡି ବିଜେପିକୁ ଗଲେ ଅରିନ୍ଦମ ? ପାରିବାରିକ ବିବାଦ ନା ପଲିଟିକାଲ ଷ୍ଟ୍ରାଟେଜି ? ବିଜେଡି ଉପରେ ଭରସା ପାଇଲାନି କି ? ନା ପଲିଟିକାଲ୍ ମୁଭ ପଛରେ ରହିଛି ଆଉ କିଛି କାରଣ ? ବିଜେଡିର ହେଭିୱେଟ ପ୍ରଣବ ପ୍ରକାଶ ଦାସଙ୍କ ଭିଣୋଇ ହୋଇ ବି କେମିତି ଦଳରେ କୋଣଠେସା ହେଲେ ଅରିନ୍ଦମ ?

୨୦୦୯ରୁ ବିଜେଡିରେ ଥିଲେ ଓଲିଉଡର ଆକ୍ସନ୍ ଷ୍ଟାର ଅରିନ୍ଦମ । ଷ୍ଟାର କ୍ୟାମ୍ପେନର ଭାବେ ବିଜେଡି ପାଇଁ ହୋଇଛନ୍ତି କ୍ରାଉଡ୍ ପୁଲର । ରାଲି, ସଭା, ଶୋଭାଯାତ୍ରାରେ ଛାଳ ବୁହାଇଛନ୍ତି ଅରିନ୍ଦମ । ହେଲେ ବଦଳରେ ତାଙ୍କ କାମକୁ ବିଜେଡି ସ୍ୱୀକୃତି ଦେଇନଥିବା ଅଭିଯୋଗ କରିଛନ୍ତି ଅରିନ୍ଦମ । ଏପରିକି ଗତ କିଛି ଦିନ ହେଲା ନବୀନଙ୍କୁ ସାକ୍ଷାତ କରିବାକୁ ଚାହିଁଥିଲେ ବି ତାଙ୍କୁ ସୁଯୋଗ ମିଳିନି । କ୍ଷୋଭରେ ବିଜେଡି ଛାଡିଛନ୍ତି ଅରିନ୍ଦମ । ଆଉ ବିଜେପିରେ ସାମିଲ ହୋଇଛନ୍ତି । କଟକ-ବାରବାଟୀ ଆସନ ପାଇଁ ଆଶାୟୀ ଅରିନ୍ଦମା କୁହାଯାଉଛି, ସିଟ ପାଇଁ ଆଶାୟୀ ଦେବାଶିଷ ସାମନ୍ତରାୟଙ୍କୁ ରାଜ୍ୟସଭା ପଠାଇ ଅରିନ୍ଦମଙ୍କ ରାସ୍ତା କ୍ଲିୟର କରିଥିଲା ଦଳ ।ଏହାପରଠୁ ଗ୍ରାଉଣ୍ଡରେ ଆକ୍ଟିଭ ରହୁଥିଲେ ଅରିନ୍ଦମ । ହେଲେ ହଠାତ୍ ଏମିତି କଣ ହେଲା ଯେ, ଦଳ ଛାଡିବା ନିଷ୍ପତି ନେଲେ ଅରିନ୍ଦମ ? ଏଥର ବି ମିଳିଲାନି କି ଟିକେଟ୍ ଆଶ୍ୱାସନା? କୁହାଯାଉଛି, ବିଜେଡିର ଗୋଟିଏ ପରିବାରକୁ ଗୋଟିଏ ଟିକେଟ୍ ନିୟମ ଅରିନ୍ଦମଙ୍କ ରାସ୍ତାରେ ବାଧା ହେଲା । ପ୍ରଶ୍ନ ଉଠୁଛି, ଅରିନ୍ଦମଙ୍କୁ ବିଜେଡିରେ ରହିବା ପାଇଁ ବୁଝାଇ ପାରିଲେନି କି ବବି ? ଅରିନ୍ଦମଙ୍କୁ କୌଣସି ପଦ ପଦବୀ ଦେଇ ଦଳରେ ରଖିବାକୁ କାହିଁକି ଚାହିଁଲାନି ବିଜେଡି ? କେଉଁ ଗଣିତ ଆଧାରରେ ଦେବାଶିଷ ସାମନ୍ତରାୟଙ୍କୁ ରାଜ୍ୟସଭା ପଠାଗଲା ?

ଚବିଶ ନିର୍ବାଚନରେ ବିଜେଡି- ବିଜେପି ମେଂଟ ନେଇ ଚର୍ଚ୍ଚା ଚାଲିଛି । ଏମିତି ସ୍ଥିତିରେ କାହିଁକି ବିଜେପିକୁ ବାଛିଲେ ଅରିନ୍ଦମ ? ମେଂଟ ହେଲେ କଟକ-ବାରବାଟୀ ଆସନ ବିଜେପି ଖାତାକୁ ଯିବା ନେଇ ଭିତିରିଆ ସୂଚନା ପାଇଥିଲେ କି ? ମେଂଟ ଆଲୋଚନା ଭିତରେ ବିଜେପି ଅରିନ୍ଦମଙ୍କୁ ନେଲା କାହିଁକି ? ବବିଙ୍କ ପରିବାରକୁ କାହିଁକି ଟାର୍ଗେଟ୍ କରିଛି ବିଜେପି ? ବିଜେପିକୁ ଅରିନ୍ଦମଙ୍କ ଏଂଟ୍ରି ଯେତିକି ସାଧାରଣ ଦେଖାଯାଉଛି, ପଛର କାରଣ ଓ ରାଜନୀତି ସେତିକି ରହସ୍ୟମୟ ମନେ ହେଉଛି । ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଅନେକଙ୍କ ପାଇଁ କିଙ୍ଗମେକର । ହେଲେ ନିଜ ଭିଣୋଇଙ୍କୁ ପଦ ପଦବୀରେ ଥଇଥାନ କରାଇ ନପାରିବା କେଉଁଠି ନା କେଉଁଠି ବିଜେଡି ଟପ୍ ଲେଭେଲରେ ବଡ ମନାନ୍ତର ଆଡକୁ ଅଙ୍ଗୁଳି ନିଦେ୍ର୍ଦଶ କରୁଛି କି ?

ଅରିନ୍ଦମଙ୍କ ବିଜେପିରେ ଏଂଟ୍ରି ସହ ବିଜେଡି ସୋସିଆଲ୍ ମିଡିଆରେ ଛାଇ ଯାଇଛି ବବିଙ୍କ ଜୟଗାନ ଥିବା ପୋଷ୍ଟ । ଅରିନ୍ଦମଙ୍କ କ୍ଷୋଭ ପରେ ବିରୋଧୀ ଓ ସୋସିଆଲ୍ ମିଡିଆ ୟୁଜର୍ସଙ୍କ ଟାର୍ଗେଟରେ ରହିଥିଲେ ବବି । ଏହାପରେ ବବିଙ୍କ ସମର୍ଥନରେ ଓହ୍ଲାଇଥିଲେ ବିଜେଡି ବାହିନୀ । ପରିବାର ନୁହେଁ ଦଳୀୟ କର୍ମୀଙ୍କୁ ଗୁରୁତ୍ୱ ଦିଅନ୍ତି ବବି ଦାସ । ଏମିତି ନେତା ପାଇଁ ବିଜେଡିର ପ୍ରତିଟି କର୍ମୀ ଗର୍ବିତ ।

ଅଳ୍ପେ ବହୁତେ ସମାନ ପ୍ରକାରର ପୋଷ୍ଟ କରିଥିଲେ ସସ୍ମିତ ପାତ୍ର, ସୌଭିକ ବିଶ୍ୱାଳ, ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତଙ୍କ ଭଳି ବିଜେଡି ନେତା । ଉଦେ୍ଦଶ୍ୟ ଥିଲା ଅରିନ୍ଦମଙ୍କ ପଲିଟିକାଲ ମୁଭ୍ରେ ବବିଙ୍କୁ ହିରୋ ସଜାଇବା । ହେଲେ ପ୍ରଶ୍ନ ଉଠୁଛି, ଏସବୁ ପୋଷ୍ଟର ଆବଶ୍ୟକତା କଣ ? ଭିଣୋଇ ଅରିନ୍ଦମ ଦଳ ଛାଡିବାକୁ ନେଇ ବିଷାଦରେ ଅଛନ୍ତି ବବି ଦାସ ? ତାଙ୍କ ମାନଭଞ୍ଜନ ପାଇଁ ଏପରି ପୋଷ୍ଟ କରିଛନ୍ତି ବିଜେଡି ନେତା ? ଅରିନ୍ଦମଙ୍କ ବିଜେପିରେ ଏଂଟ୍ରି ବିଜେଡିର ଶୀର୍ଷ ନେତୃତ୍ୱ ସହ ବବିଙ୍କ ମତଭେଦ ଆଡକୁ ସଂକେତ ଦେଉଛି କି ?

Leave A Reply

Your email address will not be published.