Latest Odisha News

ମୁହଁ ଖୋଲିଲେ କୋହଲି: ଟେଷ୍ଟ ଟିମ ଘୋଷଣା ହେବାର ୧ ଘଂଟା ପୂର୍ବରୁ ମୋତେ ଅଧିନାୟକ ପଦରୁ ହଟାଯାଇଥିଲା

ମୁମ୍ବରଇ: ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ପୂର୍ବରୁ ବୁଧବାର ବିରାଟ କୋହଲି ଅଧିନାୟକ ପଦକୁ ନେଇ ସୃଷ୍ଟି ହୋଇଥିବା ବିବାଦ ସମ୍ପର୍କରେ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଟେଷ୍ଟ ଟିମ ଚୟନ ଠିକ ପୂର୍ବରୁ ଚୟନ କମିଟି ଦିନିକିଆ ଅଧିନାୟକ ପଦରୁ ମୋତେ ହଟାଇଥିଲେ । ଏହା ପୂର୍ବରୁ ସେମାନେ ମୋ ସହିତ କୌଣସି ଆଲୋଚନା କରି ନ ଥିଲେ । ଟି୨୦ ଅଧିନାୟକ ପଦ ଛାଡିବା ପରେ ଉଭୟ ଟେଷ୍ଟ ଏବଂ ଦିନିକିଆରେ ଅଧିନାୟକ ପଦ ବଜାୟ ରଖିବାକୁ ଚାହୁଁଥିଲି ବୋଲି ସେ କହିଛନ୍ତି । ଚୟନ କମିଟି ଯେଉଁ ନିଷ୍ପତି ନେଇଛନ୍ତି ତାହା ମୁଁ ମାନିବାକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛି । ଦିନିକିଆ ସିରିଜରୁ ମୁଁ ବ୍ରେକ ନେବା କଥା କହି ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ଦିନିକିଆରେ ମୁଁ ଖେଳିବି, ଯାହା ସବୁ ଖବର ମୋ ନେଇ ପ୍ରସାରିତ ହେଉଛି ତାହା ସମ୍ପୂର୍ଣ୍ଣ ମିଛ । ଏହି ଅବସରରେ ରୋହିତ ଶର୍ମାଙ୍କ ଅଧିନାୟକ ଦକ୍ଷତାକୁ ସେ ପ୍ରଶଂସା କରିଥିଲେ । ତାଙ୍କ ସହ ମୋର କୌଣସି ମତଭେଦ ନାହିଁ । ଭାରତୀୟ କ୍ରିକେଟର କୌଣସି କ୍ଷତି ମୋ ଲାଗି ଯେପରି ନ ହେବ ସେଥିପ୍ରତି ଯତ୍ନବାନ ରହିଛି । ରୋହିତ ଏବଂ କୋଚ ରାହୁଲ ଡ୍ରାଭିଡଙ୍କ ଅଧିନରେ ଖେଳିବାରେ ମୋର କୌଣସି ଅସୁବିଧା ନାହିଁ ବୋଲି ସେ କହିଛନ୍ତି ।

କୋହଲି ମୁହଁ ଖୋଲିବା ପରେ ବିସିସିଆଇ ମୁଖ୍ୟ ସୌରଭ ଗାଙ୍ଗୁଲି ଅଧିନାୟକ ପଦ ନଛାଡିବା ପାଇଁ କୋହଲିଙ୍କୁ କହିଥିବା ଖବର ମିଥ୍ୟା ପ୍ରମାଣିତ ହେଉଛି । ଗାଙ୍ଗୁଲି ଏବଂ କୋହଲିଙ୍କ ମଧ୍ୟରେ କିଏ ମିଛ କହୁଛି ସେଥିପ୍ରତି ସମସ୍ତଙ୍କ ନଜର ରହିଛି ।

Comments are closed.