Latest Odisha News

ପୁରୁଣା ଅନ୍ଦାଜରେ ଫେରିଲେ ଶିଳ୍ପା ସେଟ୍ଟୀ; ଦେଖନ୍ତୁ ଫଟୋ

ନୂଆଦିଲ୍ଲୀ: ପୁଣି ସିନେ ଜଗତକୁ ଫେରିଲେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ । ମନାଲିରେ ଆଗାମୀ ଫିଲ୍ମ ‘ହଙ୍ଗାମା ୨’ ପାଇଁ ସୁଟିଂ କରୁଥିବା ଶିଳ୍ପା ସେଟ୍ଟୀ ରବିବାର ଦିନ ନିଜ ସୋସିଆଲ ମିଡିଆ ପ୍ରୋଫାଇଲରେ ଏକ ପୋଷ୍ଟ ସେୟାର କରିଛନ୍ତି।

ଭିଡିଓରେ ଅଭିନେତ୍ରୀ କିଛି ଜିଲାପି ଖାଉଥିବା ଦେଖିବାକୁ ମିଳିଛି ।ଅଭିନେତ୍ରୀ ତାଙ୍କ କ୍ୟାପସନରେ ଲେଖିଛନ୍ତି, “ପାଣିପାଗ: ସୁପର ଥଣ୍ଡା। ଜଲେବି: ସୁପରହୋଟ୍ ।”
ସେ ଆହୁରି ମଧ୍ୟ କହିଛନ୍ତି ଯେ ଫିଲ୍ମର ସେଟରେ ସମସ୍ତ ଆବଶ୍ୟକୀୟ ସୁରକ୍ଷା ସାବଧାନତା ଅବଲମ୍ବନ କରାଯାଇଛି।

ସେ ଆହୁରି ମଧ୍ୟ କହିଛନ୍ତି,” “All necessary precautions were taken before we indulged ourselves; and I, finally, did a Sunday binge on the sets after so long, but I just couldn’t resist.”

ଶିଳ୍ପା ସେଟ୍ଟୀଙ୍କ ପୋଷ୍ଟକୁ ଏଠାରେ ଦେଖନ୍ତୁ:

ଶିଳ୍ପା ସେଟ୍ଟୀ ତାଙ୍କ ଚଳଚ୍ଚିତ୍ରର ସହ-ତାରକା ପରେଶ ରାୱଲ, ମେଜାନ ଜାଫେରୀ ଏବଂ ପ୍ରଣିତା ସୁଭାଷଙ୍କ ସହ ଚଳିତ ମାସ ଆରମ୍ଭରେ ଏକ ଚାର୍ଟାର୍ଡ ​​ବିମାନରେ ମନାଲି ଅଭିମୁଖେ ଯାତ୍ରା କରିଥିଲେ। ସେ ଟ୍ୱିଟ କରି ଲେଖିଥିଲେ,”And we’re off. Time for some Hungama in Manali,”

ଶିଳ୍ପା ସେଟ୍ଟୀ ୧୯୯୩ରେ ପ୍ରଥମଥର ପାଇଁ  ଥ୍ରୀଲର “ବାଜିଗର” ସହିତ ବଲିଉଡରେ ପାଦ ଦେଇଥିଲେ, ଯେଉଁଥିରେ ମୁଖ୍ୟ ଭୂମିକାରେ କାଜୋଲ ଏବଂ ଶାହରୁଖ ଖାନ ମଧ୍ୟ ଅଭିନୟ କରିଥିଲେ। “ମେ ଖିଲାଡି ତୁ ଅନାଡ଼ି”, “ଧଡକନ୍”, “ଲାଇଫ୍ ଇନ୍ ଏ … ମେଟ୍ରୋ”, “ଅପ୍ନେ” ଭଳି ଚଳଚ୍ଚିତ୍ରରେ ଅଭିନୟ ପାଇଁ ସେ ବେଶ୍ ଜଣାଶୁଣା ।

Leave A Reply

Your email address will not be published.