Latest Odisha News

BREAKING NEWS

ମମତା ସରକାରଙ୍କୁ କଲିକତା ହାଇକୋର୍ଟରୁ ବଡ଼ ଝଟକା

କୋଲକାତା: ଶୁକ୍ରବାର କଲିକତା ହାଇକୋର୍ଟରୁ ମମତା ସରକାରଙ୍କୁ ଝଟକା ଲାଗିଛି । କୋର୍ଟ ଏପ୍ରିଲ ୬ରେ ହାୱଡାରେ ପ୍ରସ୍ତାବିତ ରାସ୍ତାରେ ରାମ ନବମୀ ରାଲି କରିବାକୁ ହିନ୍ଦୁ ସଂଗଠନ ଅଞ୍ଜନୀ ପୁତ୍ର ସେନାକୁ ଅନୁମତି ଦେଇଛନ୍ତି । ଏହି ରାଲି ନେଇ କୋର୍ଟ ହିନ୍ଦୁ ସଂଗଠନ ଉପରେ କିଛି ସର୍ତ୍ତ ମଧ୍ୟ ଲଗାଇଛନ୍ତି ।

ଶାନ୍ତିପୂର୍ଣ୍ଣ ରାଲି ସୁନିଶ୍ଚିତ କରିବା ପାଇଁ କୋର୍ଟ କହିଛନ୍ତି ଯେ, ସକାଳ ୮ଟା ୩୦ରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ ରାଲି ବାହାର କରିବାକୁ ପଡିବ । ଏହି ସମାବେଶରେ ୫୦୦ ଜଣ ଲୋକ ଯୋଗ ଦେଇପାରିବେ । ରାଲିରେ କୌଣସି ଅସ୍ତ୍ରଶସ୍ତ୍ର ନେଇପାରିବେ ନାହିଁ । ଲୋକମାନେ ପତାକା ଏବଂ ପ୍ଲାଷ୍ଟିକ ଗଦା ଧରି ଯାଇପାରିବେ । ଏହି ରାଲି ନରସିଂହ ମନ୍ଦିରରୁ ଆରମ୍ଭ ହୋଇ ଜିଟି ରୋଡ ଦେଇ ହାଓ୍ବଡା ମୈଦାନରେ ଶେଷ ହେବ ।

ରାଲି ସମୟରେ ସୁରକ୍ଷା ଦୃଷ୍ଟିରୁ ଆଗରେ ଏବଂ ପଛରେ ପୋଲିସ ଗାଡ଼ି ମୁତୟନ କରାଯିବ ବୋଲି କୋର୍ଟ କହିଛନ୍ତି ।

ରାମନବମୀ ଅବସରରେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଏକ ରାଲି ମଧ୍ୟ ବାହାର କରାଯିବ । ଉଭୟଙ୍କ ରାଲିର ପଥ ଅଲଗା ଅଲଗା ରହିବ । ଭିଏଚପି ରାଲି ବିଇ କଲେଜ ଗେଟ-୧ ରୁ ଆରମ୍ଭ ହେବ ଏବଂ ମଲ୍ଲିକ ଗେଟ ଦେଇ ରାମକୃଷ୍ଣପୁର ଘାଟରେ ଶେଷ ହେବ ।

ସୂଚନାଯୋଗ୍ୟ, ଆୟୋଜକମାନେ ରାଲି ପାଇଁ ବଙ୍ଗଳା ପୋଲିସଠାରୁ ଅନୁମତି ମାଗିଥିଲେ । ପ୍ରସ୍ତାବିତ ରାସ୍ତାରେ ଯାତ୍ରା ପାଇଁ ହାଓ୍ବଡା ପୋଲିସ ଅନୁମତି ଦେଇ ନଥିଲା ।

Comments are closed.