Latest Odisha News

BREAKING NEWS

କୋଲକାତା ପୋଲିସ କମିଶନର୍ ପଦବୀରୁ ଅପସାରିତ ହେଲେ ରାଜୀବ କୁମାର

କୋଲକାତା: ସାରଦା ଚିଟଫଣ୍ଡ ସ୍କାମରେ ସିବିଆଇ ଦ୍ୱାରା ଜେରା ହେବା ନେଇ ଚର୍ଚ୍ଚାରେ ଥିବା ରାଜୀବ କୁମାରଙ୍କୁ କୋଲକାତା ପୋଲିସ କମିଶନର ପଦବୀରୁ ଅପସାରଣ କରାଯାଇଛି । କୋଲକାତା ପୋଲିସ କମିଶନର୍ ଦାୟିତ୍ୱରେ ରହିଥିବା ରାଜୀବଙ୍କୁ ଅପସାରଣ କରାଯାଇ ପଶ୍ଚିମବଙ୍ଗ ସିଆଇଡ଼ି ସାଧାରଣ ନିର୍ଦ୍ଦେଶକ (ଏଡ଼ିଜି) ପଦରେ ଅବସ୍ଥାପିତ କରାଯାଇଛି ।

ଗୋଟିଏ ପଦବୀରେ ୩ ବର୍ଷ ବା ତଦୁର୍ଦ୍ଦ ସମୟ ଅବଧି ରହିଥିବା ସମସ୍ତ ଆଇଏଏସ ଓ ଆଇପିଏସ ଅଧିକାରୀମାନଙ୍କୁ ସାଧାରଣ ନିର୍ବାଚନ ପୂର୍ବରୁ ବଦଳି ନିର୍ଦ୍ଦେଶ ଦେଇଥିଲେ ନିର୍ବାଚନ କମିଶନ ।

ଏହି ଗୁରୁତ୍ୱପୂର୍ଣ୍ଣ ପଦବୀରେ ଏବେ କିଏ ଅବସ୍ଥାପିତ ହେବେ ତାହା ସୂଚନା ମିଳିନଥିଲେ ମଧ୍ୟ ପଶ୍ଚିମବଙ୍ଗରେ ଏବେ ଆଇପିଏସ କ୍ୟାଡ଼ର ପଦାଧିକାରୀଙ୍କ ଅଦଳବଦଳ ହେବା ପରେ ହିଁ ଏହି ପଦବୀକୁ କିଏ ପୂରଣ କରିବେ ତାହା ଜଣାପଡ଼ିବ ।

Leave A Reply

Your email address will not be published.