Latest Odisha News

BREAKING NEWS

ରାଜଧାନୀରେ ବାଘ ! ପାଚେରୀ ଡ଼େଇଁ ଘରକୁ ପଶିବା ଦୃଶ୍ୟ କଏଦ୍ ହେଲା ସିସିଟିଭିରେ

ଭୁବନେଶ୍ୱର: ରାଜଧାନୀରେ ବାଘ ଉପଦ୍ରବ । ସ୍ମାର୍ଟସିଟି ଭୁବନେଶ୍ୱର ପଳାଶପଲ୍ଲୀ ଅଞ୍ଚଳରେ ବାଘ ଦେଖାଯାଇଥିବାର ସୂଚନା ମିଳିଛି । ଏକ କଲରାପତରିଆ ବାଘ ପାଚେରୀ ଡ଼େଇଁ ଘରେ ପଶୁଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଥିବାର ସୂଚନା ମିଳିଛି ।

ମିଳିଥିବା ସୂଚନାନୁଯାୟୀ,  ବାଘଟି ଏୟାରପୋର୍ଟ ପାଚେରୀ ଡେଇଁ ଆସୁଥିବାର ସିସିଟିଭି ଦୃଶ୍ୟରୁ ଜଣାପଡୁଛି । ଏହି ଘଟଣାଟି ଗତ 17 ତାରିଖ ରାତିର । ରାତି ପାଖାପାଖି ୧୧ଟା ବେଳେ ବାଘ ପାଚେରୀ ଡେଇଁଥିବା ସୂଚନା ମିଳିଛି ।

ତେବେ ବାଘକୁ ସ୍ଥାନୀୟ ବାସିନ୍ଦା ବାଙ୍ଗନିଧି ସେନାପତି ଦେଖିଥିବା କହିଛନ୍ତି । ଏହି ଘଟଣା ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ବାଘ କେଉଁଠୁ ଆସିଲା, କେମିତି ସହର ମଧ୍ୟକୁ ପ୍ରବେଶ କଲା ସେନେଇ ଅନେକ ପ୍ରଶ୍ନ ସୃଷ୍ଟି ହେଉଛି ।

Leave A Reply

Your email address will not be published.