Latest Odisha News

ଭାରତର ଏହି ରାଜ୍ୟର ପୋଲିସ ପିନ୍ଧନ୍ତି ନାହିଁ ଖାକି ୟୁନିଫର୍ମ

କୋଲକତା: ସାଧାରଣତଃ ପୋଲିସ ପ୍ରସଙ୍ଗ ଚର୍ଚ୍ଚାକୁ ଆସିଲେ ଆମ ମନ ଭିତରେ ଆସିଯାଏ ମାଟିଆ ରଙ୍ଗର ପୋଷାକ ପିନ୍ଧିଥିବା ବ୍ୟକ୍ତି । ଦେଶର ଅଧିକାଂଶ ରାଜ୍ୟରେ ପୋଲିସମାନେ ଖାକି ବର୍ଦ୍ଦି ପିନ୍ଧିଥାନ୍ତି । କିନ୍ତୁ ଆପଣ ଜାଣନ୍ତି କି ଏମିତି ଏକ ରାଜ୍ୟ ଅଛି, ଯେଉଁଠାରେ ପୋଲିସ ପୋଷାକର ରଙ୍ଗ ମାଟିଆ ନୂହେଁ ଧଳା । ଏହା ପଛରେ ଅଛି ବିଶେଷ କାରଣ ।

ଭାରତରେ ଇଂରେଜ ଶାସନ ଚାଲିଥିବା ବେଳେ ପଶ୍ଚିମବଙ୍ଗର ରାଜଧାନୀ କୋଲକାତା ପୋଲିସର ଗଠନ ହୋଇଥିଲା । ସେ ସମୟରେ କୋଲକତା ପୋଲିସକୁ ଧଳା ରଙ୍ଗର ୟୁନିଫର୍ମ ଦିଆଯାଇଥିଲା । ଏହା ୧୮୪୫ ମସିହାର କଥା । ସେ ସମୟରେ ଭାରତରେ ଇଂରେଜ ଶାସନ ଚାଲିଥିଲା । ଇଂରେଜମାନେ ହିଁ କୋଲକାତା ପୋଲିସ ପାଇଁ ଏହି ରଙ୍ଗ ବାଛିଥିଲେ । ଏହା ପଛରେ କାରଣଟି ହେଲା, କୋଲକାତା ସହର ସମୁଦ୍ର ନିକଟରେ ଥିଲା । ଏମିତିରେ ଏହି ରଙ୍ଗ ତାଙ୍କୁ ସୂର୍ଯ୍ୟକିରଣ ଏବଂ ଅଧିକ ଗରମରୁ ରକ୍ଷା କରୁଥିଲା । ଏଥିଲାଗି ଏଭଳି କରାଯାଇଥିଲା । ସେହି ଧାରା ଏବେ ବି ଅନୁପାଳିତ ହୋଇ ଆସୁଛି ।

Comments are closed.