Latest Odisha News

ମୋହିତ: ମୁଁ ମୋ ଜୀବନରେ ୨ଟି ଫୋନ୍ କଲ୍ ଆଦୌ ଭୁଲି ପାରିବି ନାହିଁ 

ନୂଆଦିଲ୍ଲୀ: ଟେଲିଭିଜନ ସୋ’ ‘ଦେବୋ କେ ଦେବ ମହାଦେବ’ରେ ଭଗବାନ ଶିବଙ୍କ ଭୂମିକାରେ ଅଭିନୟ କରିଥିବା ମୋହିତ ରୈନା ଘରେଘରେ ପରିଚିତ। ଅନେକ ବୟସ୍କ ଲୋକ ତାଙ୍କୁ ବାସ୍ତବରେ ଭଗବାନ ଶିବ ବୋଲି ମନେ କରନ୍ତି। ଲାଇଫ ଓକେ ଟିଭିରେ ପ୍ରସାରିତ ହେଉଥିବା ମହାଦେବ ସିରିଏଲରେ ତାଙ୍କୁ ବେଶ୍ ଖ୍ୟାତି ଓ ପ୍ରଶଂସା ମିଳିଥିଲା।ଟେଲିଭିଜନ ସହିତ ସେ ଜଣେ ଭଲ ହିରୋ ଭାବେ ବଲିଉଡରେ ବେଶ୍ ପରିଚିତ। ଏବେ କିଛିଦିନ ହେବ ମୋହିତ ରୈନା ନିଜର ୱେବ୍ ସିରିଜ ‘ଫ୍ରିଲାନସର’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ୱେବ ସୋ’ରେ ସେ ଅବିନାଶ କାମତା ଭୂମିକାରେ ଅଭିନୟ କରିଥିବା ବେଳେ ଦର୍ଶକମାନେ ମଧ୍ୟ ଏହାକୁ ଖୁବ୍ ପସନ୍ଦ କରୁଛନ୍ତି।

ନିକଟରେ ଏକ ସାକ୍ଷାତକାରରେ ତାଙ୍କ କ୍ୟାରିୟର ବିଷୟରେ ଚର୍ଚ୍ଚା ହୋଇଥିଲା ବେଳେ ମୋହିତ୍ କହିଥିଲେ ଯେ “ତାଙ୍କ ବାପା ଭଗବାନ ଶିବଙ୍କର ଜଣେ ବଡ ଭକ୍ତ ଥିଲେ। ସେ ଦେବ ଦେବ ମହାଦେବଙ୍କୁ ଖୁବ୍ ଭଲ ପାଉଥିଲେ ଓ ଅଗାଧ ବିଶ୍ଵାସ ମଧ୍ୟ କରୁଥିଲେ। ତେଣୁ ଭଗବାନ ଶିବଙ୍କ ଭୂମିକା ନିଭାଇବା ମୋ ପାଇଁ ତାଙ୍କର ଉପହାର ବୋଲି ମୁଁ କହିବି। କାରଣ ଯେଉଁଦିନ ମୋତେ ଏହି ସୋ‘‘ଦେବୋ କେ ଦେବ ମହାଦେବ’ରେ ଭଗବାନ ଶିବଙ୍କ ଭୂମିକା ପାଇଁ ଅଫର ଆସିଥିଲା, ଠିକ୍ ସେହିଦିନ ହିଁ ମୋ ମୁଣ୍ଡ ଉପରୁ ବାପାଙ୍କ ହାତ ହଟି ଯାଇଥିଲା । ସେ ଆମ ସମସ୍ତଙ୍କୁ ଛାଡ଼ି ଆର ପାରିକୁ ଚାଲି ଯାଇଥିଲେ। ଏଥି ସହିତ ସେ କହିଥିଲେ ଯେ ତାଙ୍କ ଜୀବନରେ ଦୁଇଟ ଫୋନ କଲକୁ ମଲା ଯାଏଁ ସେ ଆଦୌ ଭୁଲି ପାରିବେ ନାହିଁ । କାରଣ ଗୋଟିଏ ଦିନରେ ଦୁଇଟି ଫୋନ କଲ୍ ଆସିଥିଲା ଓ ସେଥିରୁ ଗୋଟିଏରେ ଥିଲା ଭଗବାନ ଶିବ ଭୂମିକାରେ ଅଭିନୟ କରିବାର ଅଫର, ଓ ଅନ୍ୟଟି ବାପାଙ୍କ ମୃତ୍ୟ ଖବର। ଏକା ସାଙ୍ଗରେ ଆସିଥିବା ଜୀବନର ଖୁସି ଓ ଦୁଃଖ ସମୟକୁ ବଖାଣିବା ବେଳେ ସେ ଭାବବିହ୍ବଳ ହୋଇପଡ଼ିଥି‌ଲେ। ବିଗତ ଦିନର ସେ ଦୁଇଟି ଫୋନ୍ କଲକୁ ମନେ ପକାଇ ମୋହିତ ରୈନାଙ୍କ ଆଖିରେ ଲୁହ ଭରି ଯାଇଥିଲା ।

Leave A Reply

Your email address will not be published.