Latest Odisha News

BREAKING NEWS

ଦିଲ୍ଲୀ ସମ୍ମୁଖରେ ୧୨୮ ରନର ଲକ୍ଷ୍ୟ

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ଗୁରୁବାର  ବର୍ଷା ବାଧାପ୍ରାପ୍ତ ମୁକାବିଲାରେ କୋଲକାତା ନାଇଟ ରାଇଡର୍ସ ୧୨୮ ରନର ବିଜୟ ଲକ୍ଷ୍ୟ ଦିଲ୍ଲୀ କ୍ୟାପିଟାଲ୍ସ ସମ୍ମୁଖରେ ରଖିଛି । ପ୍ରଥମେ ବ୍ୟାଟିଂ କରି କୋଲକାତା ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଜାସନ ରାୟଙ୍କ ୪୩ ରନ କରିଥିଲେ । ତେବେ ଶେଷ ଭାଗରେ ଆନେ୍ଦ୍ର ରସେଲଙ୍କ ଲଢ଼ୁଆ ୩୮ରନ(୩୧ ବଲରୁ ୧ ଚୌକା ଓ ୪ ଛକା) ଯୋଗୁ କୋଲକାତା ଏକ ଆଭରେଜ ସ୍କୋର କରିପାରିଥିଲା । ସେ ଅପରାଜିତ ରହିଥିଲେ । ସହାୟତାରେ ୭ଜଣ ବ୍ୟାଟ୍ସମ୍ୟାନ ୨ ଅଙ୍କ ଛୁଇଁପାରି ନ ଥିଲେ ।

ଦିଲ୍ଲୀ ପକ୍ଷରୁ ଈଶାନ୍ତ ଶର୍ମା, ଆର୍ନିକ ନୋର୍ଟେଜ ଓ କୁଲଦୀପ ଯାଦବ ୨ଟି ଲେଖାଁଏ ୱିକେଟ ହାସଲ କରିଥିଲେ । ଦିଲ୍ଲୀ ଟସ ଜିତି ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା । କ୍ରମାଗତ ୫ଟି ମ୍ୟାଚରେ ପରାଜିତ ହୋଇଥିବା ଦିଲ୍ଲୀ ନିକଟରେ ବିଜୟଧାରାକୁ ଫେରିବା ପାଇଁ ସୁବର୍ଣ୍ଣ ସୁଯୋଗ ରହିଛି । କେକେଆର ୫ଟି ମ୍ୟାଚରେ ୪ ପଂଏଟ ହାସଲ କରିଛି ।

Leave A Reply

Your email address will not be published.