Latest Odisha News

BREAKING NEWS

ଅନଲାଇନ୍ ଟ୍ରେଡିଂ ଫ୍ରଡ୍, ବାଲେଶ୍ୱରରୁ ୨ ଜଣଙ୍କୁ ବାନ୍ଧିଲା ଇଓଡବ୍ଲୁ

ଭୁବନେଶ୍ୱର: ଅର୍ଥନୈତିକ ଅପରାଧ ଶାଖା (EOW) ଗୁରୁବାର ୨ ଜଣଙ୍କୁ ଗିରଫ କରିଛି । ବାଲେଶ୍ୱରର ୩୦ ଜଣଙ୍କ ଠାରୁ ଉଭୟ ଅନଲାଇନ୍ ଟ୍ରେଡିଂ ନାଁରେ ପ୍ରାୟ ୪ କୋଟି ଟଙ୍କା ଠକିଥିବା ଅଭିଯୋଗ ହୋଇଛି । ଗିରଫ ଦ୍ୱୟ ରିପନ କୁମାର ଜେନା ଓ ଅନୁପମ ପ୍ରଧାନ ବୋଲି ଜଣାପଡ଼ିଛି ।

ଗିରଫ ରିପନ ଜେନା ଏମବିଏ କରିଥିବା ବେଳେ ବାଲେଶ୍ୱର ଉତ୍ତରେଶ୍ୱରରେ ଥିବା ଓମ୍ ଏଜେନ୍ସି ଓ ଜିଆରଏସ୍ଏସ୍ ଗ୍ରୀନଟେକର ଏମଡି ଥିଲା । ତାଙ୍କ ସହଯୋଗୀ ଅନୁପମ ହିନ୍ଦୀରେ ସ୍ନାତକୋତ୍ତର କରିଥିବା ବେଳେ ସେ ମୋଟ ସୁଧ ଲୋଭ ଦେଖାଇ ଟଙ୍କା ସଂଗ୍ରହ କରୁଥିଲା ।

ମାସିକ ୮ ପ୍ରତିଶତ ଲାଭ ଆଶା ଦେଖାଇ ଅନଲାଇନ୍ ଫରେକ୍ସ ଟ୍ରେଡିଂ କରୁଥିଲେ । ବାଲେଶ୍ୱର ଫକୀରମୋହନ ନଗରର ଜିତେନ୍ଦ୍ର କୁମାର ଦାସଙ୍କ ଅଭିଯୋଗ ପ୍ରକାରେ ଉଭୟଙ୍କୁ ଗିରଫ କରାଯାଇଥିବା ଇଓଡବ୍ଲୁ ସୂଚନା ଦେଇଛି ।

ନିବେଶକଙ୍କ ଭରସା ହାତେଇବା ଲାଗି ଉଭୟ ଆଗୁଆ ଚେକ୍ ଦେବା ସହ ଏଗ୍ରିମେଣ୍ଟ ବି କରୁଥିଲେ । ଏଭଳି ଭାବେ ୨୦୧୯ରୁ ୨୧ ମଧ୍ୟରେ ସୋର ଅଞ୍ଚଳର ୩୫ ଜଣଙ୍କ ଠାରୁ ଉଭୟ ୪ କୋଟି ଟଙ୍କା ସଂଗ୍ରହ କରିଥିଲେ । କିଛି ମାସ ଧରି ଦେଇଥିବା କଥା ଅନୁସାରେ ଅର୍ଥ ଦେବା ପରେ ଆଉ ଟଙ୍କା ଦେଇ ନଥିଲେ । ଇଓଡବ୍ଲୁ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Leave A Reply

Your email address will not be published.