କୋଣାର୍କ : ଆରମ୍ଭ ହେଲା କୋଣାର୍କ ମହୋତ୍ସବ । କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚରେ ୩୨ତମ କୋଣାର୍କ ମହୋତ୍ସବକୁ ଭର୍ଚୁଆଲରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ଓ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ସହ ପର୍ଯ୍ୟଟନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ଉଦଘାଟନୀ ସଂଧ୍ୟାରେ ମାଧବୀ ମୁଦ୍ଗଲ ଓ ସାଥିଙ୍କ ଦ୍ବାରା ପରିବେଷିତ ଓଡ଼ିଶୀ ନୃତ୍ୟ ବେଶ୍ ଚିତ୍ତାକର୍ଷକ ହୋଇଥିଲା । କରୋନା କଟକଣା ମଧ୍ୟରେ କୋଣାର୍କ ମହୋତ୍ସବରେ ୬୦୦ ପର୍ଯ୍ୟଟକ ଯୋଗ ଦେଇଥିଲେ l ଆସନ୍ତା ୬ ତାରିଖରେ ଶେଷ ହେବ କୋଣାର୍କ ମହୋତ୍ସବ । କୋଣାର୍କ ମହୋତ୍ସବରେ କୋଭିଡ କଟକଣାକୁ ଗୁରୁତ୍ବ ଦିଆଯାଇଥିବା ବେଳେ, ମାସ୍କ ଓ ସାମାଜିକ ଦୂରତା ବଜାୟ ରଖିବାକୁ ପରାମର୍ଶ ଦିଆଯାଇଛି ।
BREAKING NEWS
- ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୫ ଓରାଙ୍ଗଉଟାନ
- ATCରେ ତ୍ରୁଟି, ବ୍ରିଟେନରେ ୧୦୦୦ ବିମାନ ବାତିଲ
- ବନ୍ୟା ପରେ ନେପାଳରେ ଭୂକମ୍ପ, ତୀବ୍ରତା ୫.୦…
- ଫାୟାର ସେଫ୍ଟି ନିୟମ ନମାନିଲେ ବନ୍ଦ ହେବ କୋଚିଂ ସେଣ୍ଟର…
- ବିଶ୍ୱରେ ସବୁଠୁ ଅଧିକ ଟଙ୍କା ପାଉଥିବା ପ୍ରଧାନମନ୍ତ୍ରୀ : ବଢ଼ିଲା ବାର୍ଷିକ ୧ ନିୟୁତ ଡଲାର
- ପାର୍ବଣ ଋତୁ ପୂର୍ବରୁ ସୁରକ୍ଷା ପ୍ରସ୍ତୁତି ପାଇଁ ଡିଜିପିଙ୍କ ନିର୍ଦ୍ଦେଶ;ଗୁଇନ୍ଦା ସୂଚନା ସଂଗ୍ରହ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ ଉପରେ ଗୁରୁତ୍ୱାରୋପ
- ଆଖୁ ଉତ୍ପାଦନ ବଢ଼ାଇବାକୁ ଆଧୁନିକ ଆଖୁ ଚାଷ ଉପରେ ଗୁରୁତ୍ୱ ବୃଦ୍ଧି କରିଛି ରାଜ୍ୟ
- “ମାଳିପୁଟ ମେଲୋଡିଜ୍” ଏହି ଦିନ ହେବ ରିଲିଜ;କୋରାପୁଟରେ ଜୀବନ ଓ ସଂଘର୍ଷର କାହାଣୀ କହିବ …
- ସ୍କୁଲ ଗେଟ୍ ନିକଟରେ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ
- ଓଡ଼ିଶାରେ ଗୁଜୁରାଟର ସ୍ୱତନ୍ତ୍ର ଡିଆରଆଇ ଟିମ; କଲରାପତରିଆ ବାଘ ଛାଲ ଜବତ,ଜଣେ ଗିରଫ

Comments are closed.