Latest Odisha News

BREAKING NEWS

ଦିଲ୍ଲୀପ ଓ ବିଜୟଙ୍କ ଇସ୍ତଫା କୌଣସି ପ୍ରଭାବ ପକାଇବ ନାହିଁ: ବିଜେପି

ଭୁବନେଶ୍ୱର: ବରିଷ୍ଠ ବିଜେପି ନେତା ଦିଲ୍ଲୀପ ରାୟ ଏବଂ ବିଜୟ ମହାପାତ୍ରଙ୍କ ଇସ୍ତଫାରେ ଦଳ ଉପରେ କୌଣସି ପ୍ରଭାବ ପକାଇପାରିବ ନାହିଁ ବୋଲି ଶୁକ୍ରବାର ଦିନ ବିଜେପି କହିଛି ।

“ଯେଉଁ ଦୁଇ ଭଦ୍ରବ୍ୟକ୍ତି ଇସ୍ତଫା ପ୍ରଦାନ କରିଛନ୍ତି, ସେମାନେ କାହାନ୍ତି?” କେଉଁମାନେ ଇସ୍ତଫା ପ୍ରଦାନ କରିଛନ୍ତି? ବିଜେପିରୁ? ଦୀର୍ଘ ବର୍ଷ ବର୍ଷ ଧରି ଉଭୟ ଦିଲ୍ଲୀପ ରାୟ ଓ ବିଜୟ ମହାପାତ୍ର ଦଳୀୟ ରାଜ୍ୟ କାର୍ଯ୍ୟାଳୟ ବା ଦଳୀୟ କାର୍ଯ୍ୟକ୍ରମରେ କେବେ ବି ଯୋଗ ଦେଉନଥିଲେ । ସେ ଦଳରେ ରହିଲେ ବା ଦଳ ଛାଡିଲେ ଦଳ ଉପରେ ଏହାର କୌଣସି ବି ପ୍ରଭାବ ପଡିବ ନାହିଁ,” ବୋଲି ବିଜେପି ପକ୍ଷରୁ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି ।

ଦଳରୁ ଇସ୍ତଫା ପ୍ରଦାନ କରିଥିବା ଏହି ଦୁଇ ବରିଷ୍ଠ ନେତାଙ୍କୁ ଲକ୍ଷ୍ୟ କରି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତି, ଦୁଇ ଜଣ ନେତା ଦଳୀୟ କର୍ମୀଙ୍କ ସହିତ କାର୍ଯ୍ୟ କରୁନଥିଲେ ।

“ଅନ୍ୟ ସହିତ ମିଳିମିଶି କାମ କରିବା ବିଜୟ ମହାପାତ୍ରଙ୍କ ଡିଏନଏରେ ନାହିଁ । ଦଳକୁ ଗୋଷ୍ଠୀରେ ବିଭକ୍ତ କରିବା ପାଇଁ ଶତ ଚେଷ୍ଟା ବିଫଳ ହେବା ପରେ ବିଜୟ ବାବୁ ଦୀର୍ଘ ଦିନରୁ ଦଳୀୟ କାର୍ଯ୍ୟରୁ ନିଜୁ ଦୁରେଇ ରଖୁଥିଲେ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଦୀର୍ଘ ବର୍ଷ ବର୍ଷ ଧରି ଉଭୟ ଦିଲ୍ଲୀପ ରାୟ ଓ ବିଜୟ ମହାପାତ୍ର ଦଳୀୟ ରାଜ୍ୟ କାର୍ଯ୍ୟାଳୟ ବା ଦଳୀୟ କାର୍ଯ୍ୟକ୍ରମରେ କେବେ ବି ଯୋଗ ଦେଉନଥିଲେ” ବୋଲି କଟାକ୍ଷ କରି କହିଛନ୍ତି ସମୀର ମହାନ୍ତି ।

ଇତିମଧ୍ୟରେ ଶୁକ୍ରବାର ଦିନ ଏହି ଦୁଇ ଜଣ ବରିଷ୍ଠ ବିଜେପି ନେତାଙ୍କ ଇସ୍ତଫା ପ୍ରଦାନ ପରେ ବିଜେଡ଼ି ପ୍ରତିକ୍ରିୟା ପ୍ରକାଶ କରି କହିଛି, ବିଜେପି ଏକ ଦଳ କେବଳ ଭାଷଣବାଜିରେ ବିଶ୍ୱାସ କରିଥାଏ ।

ଏସମ୍ପର୍କରେ ପ୍ରତିକ୍ରିୟା ପ୍ରକାଶ କରି ବିଜେଡ଼ି ନେତା ପ୍ରତାପ ଜେନା କହିଛନ୍ତି, ଦିଲ୍ଲୀପବାବୁ ଜଣେ ଭଳ ମଣିଷ । ଯଦି ସେ ଦଳରେ ଯୋଗଦେବାକୁ ଚାହାନ୍ତି ତେବେ ମୁଖ୍ୟମନ୍ତ୍ରୀ ସେ ସମ୍ପର୍କରେ ନିଷ୍ପତ୍ତି ନେବେ ।

ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ବିଜେଡ଼ିରେ ଯୋଗଦାନ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଏସମ୍ପର୍କରେ ମୁଖ୍ୟମନ୍ତ୍ରୀ ହିଁ ଯାହା ନିଷ୍ପତ୍ତି ନେବେ ।

Leave A Reply

Your email address will not be published.