Latest Odisha News

BREAKING NEWS

ଡ଼ିସ୍ ଟିଭିର ଆକର୍ଷଣୀୟ ଅଫର: ୨୧୯ ଟଙ୍କାରେ ୨୯୦ ଚ୍ୟାନେଲ୍ !

ଭୁବନେଶ୍ୱର: ଭାରତର ଲୋକପ୍ରିୟ ଡିଟିଏଚ କମ୍ପାନୀ ଡ଼ିସଟିଭି ତାର ଗ୍ରାହକ ବଢାଇବା ଉଦେଶ୍ୟରେ ବଜାରକୁ ଆକର୍ଷଣୀୟ ଅଫର ଆଣିଛି | ଡିସଟିଭି ୨୧୯ ଟଙ୍କାର ମାସିକ ରିଚାର୍ଜ ରେ ୨୯୦ ରୁ ଅଧିକ ଚ୍ୟାନେଲ ଦେଉଥିବା ଭଳି ଅଫର ଆଣି ଗ୍ରାହକଙ୍କୁ ନିଜ ଆଡକୁ ଟାଣିବାକୁ ଚାହିଁଛି | ଡାଇରେକ୍ଟ ଟୁ ହୋମ ପ୍ଲାଟଫର୍ମ ରେ ଟାଟା ସ୍କାଏ ଏବେ ପ୍ରଥମ ସ୍ଥାନରେ ଥିଲେ ମଧ୍ୟ ପୂର୍ବରୁ ଡିସଟିଭି ର ପୂର୍ବରୁ ଦବଦବା ଥିଲା | ବର୍ତ୍ତମାନ ଡିସଟିଭି ଅପରେଟର୍ସ ରାଙ୍କିଙ୍ଗରେ ବହୁତ ତଳକୁ ଆସିଯାଇଛି କିନ୍ତୁ ଏହି ଅଫର ଆଣି ପୁଣିଥରେ ଗ୍ରାହକଙ୍କ ପାଖରେ ପହଂଚି ନିଜର ସବସ୍କ୍ରିପ୍ସନ ବଢାଇବାରେ ଯୋଜନା କରିଛି | ସବୁଠାରୁ ପ୍ରଥମେ କମ୍ପାନୀ ‘ହାଇବ୍ରିଡ଼ ସେଟପ ବକ୍ସ’ ବଜାରକୁ ଛାଡିଥିଲା |

ଯାହାଦ୍ୱାରା ଗ୍ରାହକ ଡିଟିଏଚ କନେକ୍ସନ ନେଇ ଓଟିଟି କଣ୍ଟେଣ୍ଟ ଦେଖି ପାରୁଥିଲା | ହେଲେ ଯେଉଁମାନେ ନୂଆ କନେକ୍ସନ ନେବାକୁ ଚାହୁଁଛନ୍ତି ବା ବଦଳାଇବା କୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଡିସଟିଭି ‘ଜବରଦସ୍ତ ଅଫର’ ଆଣିଛି | ସୂଚନାଯୋଗ୍ୟ ଯେ ଏହି ଅଫର ଡିସଟିଭି ପର୍ବପର୍ବାଣି ରେ ଆଣିଥିଲା ଯାହାକୁ ଏବେ ବଢ଼ାଇ ଦିଆଯାଇଛି | ‘ଜବରଦସ୍ତ ଅଫର’ ସେହି ଗ୍ରାହକଙ୍କ ପାଇଁ ଫାଇଦା ଦେବ ଯେଉଁମାନଙ୍କର ପୂର୍ବରୁ ଡିସଟିଭି କନେକ୍ସନ ନେଇଛନ୍ତି | ଡିସଟିଭି ଉପଭୋକ୍ତା ନିଜର ପୁରୁଣା ଟାରିଫିକ କୁ ବ୍ୟବହାର କରି ସେହି ସବୁ ଚ୍ୟାନେଲସବୁ ଦେଖପାରିବ ଯାହା ନୂଆ ଟାରିଫିକ ସହ ଯୋଡ଼ାଯାଇଛି |

ନୂଆ ଚ୍ୟାନେଲ ପ୍ୟାକ୍ସ କୁ ପୁରୁଣା ଦାମରେ ରେ ହାସଲ କରିବା ଅର୍ଥ ପୁରୁଣା ଉପଭୋକ୍ତା ଏବେ ୨୧୯ ଟଙ୍କାରେ ମାସିକ ରିଚାର୍ଜ କରି ୨୯୦ ରୁ ଅଧିକ ଚ୍ୟାନେଲ ଦେଖିପାରିବେ | ରହି ପ୍ୟାକେଜ ରେ ଫ୍ୟାମିଲି ଏଣ୍ଟରଟେଂମେଣ୍ଟ ଏସଡି, ୨୪ ମାସ ପାଇଁ ଦେଖିବାକୁ ହେଲେ ୫,୨୫୬ ଟଙ୍କାରେ କିଣିପାରିବେ | ଏହାର ଅର୍ଥ ୨୧୯ ତାଙ୍କ ମାସିକ ଖର୍ଚ୍ଚ କରି ୨୯୦ ରୁ ଅଧିକ ଚ୍ୟାନେଲ ଦେଖିପାରିବେ |

ଏହାପୂର୍ବରୁ କମ୍ପାନୀ ଯେଉଁ ଅଫର ଦେଇଥିଲା ସେଥିରେ ୨୧୯ ଟଙ୍କା ଖର୍ଚ୍ଚକରି ୨୫୦ ଚ୍ୟାନେଲ ପାଉଥିଲେ | ହେଲେ ସେହି ଅଫର ନେବାପାଇଁ ଗ୍ରାହକଙ୍କୁ ୨୪ ମାସ ସବସ୍କ୍ରିପସନ ନେବାକୁ ପଡୁଥିଲା ଯାହା ୫,୨୫୬ ଦେଇ କିଣୁ ଥିଲେ | ଗ୍ରାହକ ଏବେ ପ୍ରତିମାସରେ ୨୧୯ ଟଙ୍କା ରିଚାର୍ଜ କରି ୨୯୦ ରୁ ଅଧିକ ଚ୍ୟାନେଲ ଦେଖିପାରିବେ |

Leave A Reply

Your email address will not be published.