Latest Odisha News

BREAKING NEWS

କୋଭିଡ ଗାଇଡ଼ଲାଇନ ସହ ଆସନ୍ତାକାଲିଠାରୁ ଆରମ୍ଭ ହେବ କୋଣାର୍କ ମହୋତ୍ସବ

କୋଣାର୍କ: ଆସନ୍ତାକାଲିଠୁ ଆରମ୍ଭ ହେଉଛି ପ୍ରସିଦ୍ଧ କୋଣାର୍କ ମହୋତ୍ସବ।ଚଳିତ ବର୍ଷ କୋଭିଡ କଟକଣା ମଧ୍ୟରେ କୋଣାର୍କ ମହୋତ୍ସବ ୨୦୨୦ ଆୟୋଜିତ ହେବ। ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଡିସେମ୍ବର ୧ରୁ୫ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ଏହି ମହୋତ୍ସବ ଚାଲିବ ।

ଏନେଇ ଓଡିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କୋଭିଡ ନିୟମ ମାନି ପର୍ଯ୍ୟଟକ ମାନେ କିଭଳି ସୁରକ୍ଷିତ ଏହି ମହୋତ୍ସବକୁ ଉପଭୋଗ କରିବେ ତାକୁ ନେଇ ସମସ୍ତ ବ୍ୟବସ୍ଥା କରାଯାଇଛି।

ଚଳିତ ବର୍ଷ କୋଭିଡ କଟକଣା ମଧ୍ୟରେ ଏହି ମହୋତ୍ସବ ଆୟୋଜନ କରାଯିବା ସହିତ ମୀନବଜାର ବାରଣ କରାଯାଇଛି।

ଏହାସହ ଚନ୍ଦ୍ରଭାଗା ବେଳାମାର୍ଗରେ ଚଳିତ ବର୍ଷ ଆୟୋଜନ କରାଯାଇଛି ବାଲୁକା କଳା ମହୋତ୍ସବ। ପ୍ରାୟ ୨୦ରୁ ଅଧିକ ବାଲୁକା ଶିଳ୍ପୀ ଏଥର ବାଲୁକା କଳା ପ୍ରଦର୍ଶନ କରିବା ନେଇ ସୂଚନା ରହିଛି।

ପ୍ରତିବର୍ଷ ଏହି ମହୋତ୍ସବରେ ଦେଶ ଓ ବିଦେଶରୁ ଅନେକ ଶିଳ୍ପୀ ଆସୁଥିଲେ ମଧ୍ୟ ଚଳିତ ବର୍ଷ କୋଭିଡ ପାଇଁ ବାରଣ କରାଯାଇଛି। କୋଣାର୍କ ସହରର ପ୍ରତିଟି କାନ୍ଥ କୁ କଳା କାରିଗରୀ ରେ ଅଙ୍କା ଯାଇଛି।

ମୁକ୍ତାକାଶ ରଙ୍ଗମଞ୍ଚ କୋଣାର୍କରେ ନୃତ୍ୟ ପରିବେଷଣ ପାଇଁ କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚକୁ ନବବଧୂ ପରି ସଜା ଯାଇଛି।

Leave A Reply

Your email address will not be published.