Latest Odisha News

ଶୀତରେ ଥରୁଛି ସୋନପୁର, ଏସବୁ ଜିଲ୍ଲାରେ ଖସୁଛି ପାରଦ

ଭୁବନେଶ୍ୱର: ରାତିରେ ଖସୁଛି ପାରଦ । ବଢୁଛି ଥଣ୍ଡା । ରାଜ୍ୟରେ ଧୀରେ ଧୀରେ ଶୀତ ବଢୁଛି । ୧୫ଡିଗ୍ରୀ ତଳେ ରହିଛି ଓଡ଼ିଶାରେ ୧୧ଟି ସହରର ତାପମାତ୍ରା । ୯ ଡିଗ୍ରୀ ସହ ସୋନପୁର ସବୁଠୁ ଥଣ୍ଡା ସହର ହୋଇଛି । ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ୯.୫ ଡିଗ୍ରୀ ସେଲସିୟସ ତାପମାତ୍ରା ରହିଛି ।

ସେହିପରି ଅନୁଗୁଳ ୧୦.୬, ଫୁଲବାଣୀ ୧୧.୩, କେନ୍ଦୁଝର ୧୨.୦, ବାରିପଦା ୧୨.୪ ଡିଗ୍ରୀ ରହିଥିଲା ସର୍ବନିମ୍ନ ତାପମାତ୍ରା । ଭବାନୀପାଟଣା ୧୨.୮, କୋରାପୁଟ ୧୩.୦, ଝାରସୁଗୁଡା ୧୩.୨, ବଲାଙ୍ଗିରରେ ୧୪ ଓ କଟକରେ ରେକର୍ଡ କରାଯାଇଛି ୧୪.୮ ଡିଗ୍ରୀ ସେଲସିୟସ ତାପମାତ୍ରା । ଭୁବନେଶ୍ୱରର ଥିଲା ୧୬ ଡିଗ୍ରୀ ସେଲସିୟସ୍ ତାତି । ଆଗକୁ ଥଣ୍ଡା ବଢ଼ିବ ବୋଲି କହିଛି ପାଣିପାଗ କେନ୍ଦ୍ର ।

Leave A Reply

Your email address will not be published.