Latest Odisha News

BREAKING NEWS

ବିନିକାରେ ହାତୀ ପଲଙ୍କ ଉତ୍ପାତ କମୁନି, ୧୦ ଦିନ ହେଲାଣି ନୟାନ୍ତ କରୁଛନ୍ତି

ସୋନପୁର: ସୁବର୍ଣ୍ଣପୁର ଜିଲା ବିନିକା ଅଞ୍ଚଳରେ କମୁନି ହାତୀଙ୍କ ଉପଦ୍ରବ । ୬୦ ଟିକିଆ ହାତୀ ପଲ ଉତ୍ପାତ ଚଲାଇଛନ୍ତି । ଭୟଭୀତ ଅବସ୍ଥାରେ ଅଛନ୍ତି ସ୍ଥାନୀୟ ଲୋକ । ଗତ ରାତିରେ ବିନିକା ଝରାପଡା ଗାଁରେ ପଶି ଘର ଭାଙ୍ଗିବା ସହ ବ୍ୟାପକ ଅଞ୍ଚଳରେ ଫସଲ ନଷ୍ଟ କରିଛନ୍ତି । ନଷ୍ଟ କରୁଛନ୍ତି ବ୍ୟାପକ ଧାନ ଫସଲ ।

ପାଖାପାଖି ୧୦ ଦିନ ହେଲାଣି ବିନିକାର ବିଭିନ୍ନ ଅଞ୍ଚଳରେ ହାତୀପଲ ଉତ୍ପାତ ଚଲାଇଛନ୍ତି । ସିନ୍ଦୁରପୁର, ଗୁଲାପଡା, ଗଣେଷପୁର, କେଉଟପଡା ଓ ମଣିଗାଁ ଆଦି ଗାଁରେ ଧାନ ସହ ପନିପରିବା ଚାଷ ଦଳି ନଷ୍ଟ କରିଦେଇଛନ୍ତି ହାତୀପଲ । କେତେବେଳେ ଗାଁ ଭିତରକୁ ବି ପଶି ଆସୁଛନ୍ତି । ଭୟରେ ରାତି କାଟୁଛନ୍ତି ଆଖପାଖ ଅଞ୍ଚଳ ଲୋକ । ବନବିଭାଗ ହାତୀଙ୍କୁ ଘଉଡ଼ାଇବା କାମରେ ଲାଗିଛି ।

Leave A Reply

Your email address will not be published.