Latest Odisha News

BREAKING NEWS

ଡିସେମ୍ବର ୧ରୁ ‘କୋଣାର୍କ ମହୋତ୍ସବ’ ଆରମ୍ଭ; ଦେଖିବାକୁ ମିଳିବ ବାଲିନିଜ୍ ନୃତ୍ୟ

ଭୁବନେଶ୍ୱର: ଓଡିଶାର ଅନ୍ୟତମ କୀର୍ତ୍ତିରାଜୀ କୋଣାର୍କରେ ଆରମ୍ଭ ହେବାକୁ ଯାଉଛି ଦୁଇ ଦୁଇଟି ମହୋତ୍ସବର ମହାସମାରୋହ ।

‘କୋଣାର୍କ ମହୋତ୍ସବ’ ଓ ‘ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ’ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି । ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ଏହି ‘କୋଣାର୍କ ମହୋତ୍ସବ’ର ୩୦ତମ ସଂସ୍କରଣ ଏବଂ ‘ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ’ ୮ମ ସଂସ୍କରଣ କୋଣାର୍କ ସୂର୍ଯ୍ୟ ମନ୍ଦିର ସ୍ଥିତ ମୁକ୍ତାକାଶ ପ୍ରେକ୍ଷାଳୟରେ ଡିସେମ୍ବର ୧ରୁ ୫ ତାରିଖ ଯାଏଁ ଚାଲିବ ।

ପର୍ଯ୍ୟଟକମାନେ କୋଣାର୍କର ଭବ୍ୟ ସୂର୍ଯ୍ୟମନ୍ଦିରର ପରିଦର୍ଶନ କରିବା ସହ ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ ମଧ୍ୟ ଦେଖିପାରିବେ । ଏଥିସହିତ ଗୋଟିଏ ମଞ୍ଚରେ ଶାସ୍ତ୍ରୀୟ ନୃତ୍ୟର ସମାହାର ଦେଖିବାକୁ ନୃତ୍ୟପ୍ରେମୀ ତଥା ପର୍ଯ୍ୟଟକମାନେ ସୁଯୋଗ ପାଇପାରିବେ ।

ଏହି ମହୋତ୍ସବରେ ଭାରତର ପ୍ରମୁଖ ନୃତ୍ୟଶିଳ୍ପୀମାନେ ଯୋଗଦେବେ । ଆହୁରି ମଧ୍ୟ ଅଭିଜ୍ଞ ନୃତ୍ୟଶିଳ୍ପୀ ମାନେ ଓଡିଶୀ, ଭାରତନାଟ୍ୟମ, ମୋହିନୀଆଟ୍ଟମ୍, କଥକ, କୁଚିପୁଡି ଆଦି ନୃତ୍ୟ ପରିବେଷଣ କରିବେ । ଏପରିକି ଚଳିତ ବର୍ଷ ସାମିଲ ହୋବକୁ ଯାଉଥିବା ଇଣ୍ଡୋନେସିଆର ବାଲିନିଜ୍ ନୃତ୍ୟ ମଧ୍ୟ ଦେଖିବାକୁ ମିଳିବ ।

ଗତ ୨୦୧୫ ମସିହାରୁ ଆରମ୍ଭ ହୋଇଥିବା ‘ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ’ ସହ ଚନ୍ଦ୍ରଭାଗା କୂଳରେ କୋଣାର୍କ ଉତ୍ସବର ନୃତ୍ୟ ମଧ୍ୟ ଆୟୋଜିତ ହେବ ।

ଏହି ବାଲୁକା କଳା ମହୋତ୍ସର ୮ମ ସଂସ୍କରଣରେ ସାରା ଦେଶରୁ ୧୨୩ ଜଣ ଶିଳ୍ପୀ ଅଂଶ ଗ୍ରହଣ କରିବେ । ୟୁଏସଏ, ଆର‌୍ୟଲାଣ୍ଡ, ଡେନମାର୍କ, ଋଷ, ଟାଗୋ, କାନାଡା ଓ ଶ୍ରୀଲଙ୍କାର ବାଲୁକା ଶିଳ୍ପୀ ମଧ୍ୟ ଅଂଶ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.