Latest Odisha News

BREAKING NEWS

କଲ୍ ଡ୍ରପରୁ ମିଳିବ ମୁକ୍ତି; ଏଆରଟେଲ ଆଣୁଛି ‘ଭଏସ ଓଭର ୱାଇଫାଇ’ ସେବା

ଭୁବନେଶ୍ୱର: ଟେଲିକମ୍ କମ୍ପାନୀ ଭାରତୀ ଏଆରଟେଲ ଡ଼ିସେମ୍ବର ମାସରେ ଆଣୁଛି ‘ଭଏସ ଓଭର ୱାଇଫାଇ ସେବା’ । ଏହିସେବା ଦ୍ୱାରା ଗ୍ରାହକ ମାନେ ଘରଭିତରେ ବା ବାହାରେ ଉତ୍ତମ ଗୁଣବତ୍ତା କଲ କରିପାରିବାର ସକ୍ଷମ ହେବେ ।

ଏହି ସେବାକୁ କମ୍ପାନୀ ତାର କର୍ମଚାରୀଙ୍କ ଦ୍ୱାରା ପରୀକ୍ଷଣ କରିସାରିଛି । ଏଆରଟେଲର ଏହିସେବା ‘ୱାଟସଆପ୍ସ’ ପରି କମ୍ପାନୀଙ୍କ ସହିତ କଡ଼ା ଟକର ଦେବ ଯାହା ଓଟିଟି ସେବା ଦେଉଛି ।

ଏଆରଟେଲ ଭଏସ ଓଭର ୱାଇଫାଇ ସେବା :

ଏଆରଟେଲର ଏହି ସେବା ଜରିଆରେ ବ୍ୟବହାରକାରୀ ୱାଇଫାଇ ନେଟୱର୍କ ଦ୍ୱାରା ୱାଇଫାଇ କଲ କରିପାରିବେ । ଜାତୀୟଗଣମାଧ୍ୟମର ସୂଚନାନୁସାରେ, ଏଆରଟେଲ ନିଜ କମ୍ପାନୀ କର୍ମଚାରୀ ଓ କିଛି ବଛା ବଛା ଗ୍ରାହକଙ୍କ ଦ୍ୱାରା ନିଜର ବେଟା ଟେଷ୍ଟଟିଂ ଭଏସ ଓଭର ୱାଇଫାଇ ସେବା ପରୀକ୍ଷା କରିସାରିଛି । ପରୀକ୍ଷଣ ସଫଳ ହୋଇଛି ବୋଲି ରିପୋର୍ଟରେ କୁହାଯାଇଛି ।

ୱାଇଫାଇ ବ୍ୟବହାର କରି ‘ୱାଟସଆପ୍ସ’, ‘ହାଇକ’ ଓ ‘ଉଇଚାଟ’ ଆଦି ଆପ୍ସ ମାଧ୍ୟମରେ ଉପଭୋକ୍ତା ମାଗଣାରେ ଭଏସ କଲ କରିପାରୁଛନ୍ତି । ରିପୋର୍ଟରେ କୁହାଯାଇଛି ଯେ ଏଆରଟେଲ ଭଏସ ଓଭର ୱାଇଫାଇ ସେବା ପାଇଁ କମ୍ପାନୀ କୌଣସି ଅତିରିକ୍ତ ଶୁଳ୍କ ନେବନାହିଁ । ଏଥିପାଇଁ କୌଣସି ଅଲଗା ଆପ୍ସ ଉପଲବ୍ଧ ହୋଇନାହିଁ । ଉପଭୋକ୍ତା କେବଳ ନିଜର ୱାଇ ଫାଇ ସଂଯୋଗ ଜରିଆରେ ଏଆରଟେଲର ଏହି ଭଏସ ଓଭର ୱାଇଫାଇ ସେବାରେ କଲ କରିପାରିବେ ।

ଏଆରଟେଲ ଭଏସ ଓଭର ୱାଇଫାଇ ସେବା ଟେକନିକ ଜରିଆରେ ଗ୍ରାହକ ସେହି ଜାଗାରୁ କଲ କରିପାରିବେ ଯେଉଁଠାରେ ନେଟୱର୍କ ଭଲନାହିଁ ବା ଖରାପ ଅଛି । ଏହି ସର୍ଭିସ ଏମିତି ଡିଜାଇନ କରାଯାଇଛି ଟେଲିକମ୍ ଅପରେଟର୍ସକୁ ଆବାସିକ କ୍ଷେତ୍ରରେ ମଞ୍ଜୁରୀ ଓ ରାଇଟ ଅଫ ୱେ ( ଆରଡ଼ବ୍ଲୁଓ) ବହୁତ ସମୟ ଲାଗୁଛି ଓ ଏହାସହ ଚ୍ୟାଲେଞ୍ଜର ମଧ୍ୟ । ଏହି ସମୟରେ ଏଆରଟେଲର ଭଏସ ଓଭର ୱାଇଫାଇ ସେବା ଡିଜାଇନ କରାଯାଇଛି ଯାହା ଘରଭିତରେ ଭଲ ନେଟୱର୍କ ଅଭାବ ଦୂରହେବା ସହ ପ୍ଲଗ କରାଯାଇ ପାରିବ ।

Leave A Reply

Your email address will not be published.