Latest Odisha News

BREAKING NEWS

୨୦୨୧ରୁ ଜେଇଇ ମେନ୍ ପରୀକ୍ଷାରେ ସ୍ଥାନ ପାଇବ ଓଡିଆ ଭାଷା !

ଭୁବନେଶ୍ୱର: ଜେଇଇ ମେନ୍ ପରୀକ୍ଷାରେ ଓଡିଆ ଭାଷା ସାମିଲ କରିବା ଲାଗି କେନ୍ଦ୍ର ପକ୍ଷରୁ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (ଏନଟିଏ)କୁ ନିର୍ଦ୍ଦେଶ ଦିଆଯାଇଛି । ଯାହା ୨୦୨୧ ମସିହାରୁ ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ‘ଜେଇଇ ମେନ୍’ରେ ଲାଗୁ କରାଯିବ ।

ଏହି ନିର୍ଣ୍ଣୟ ଫଳରେ ଓଡିଶାର ପ୍ରାୟ ୪୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବେ । ଯେଉଁମାନେ କି ଜେଇଇ ମେନ୍ ପରୀକ୍ଷା ଦେଇଥାନ୍ତି ।

ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ(ଏଚଆରଡି)ର ନିର୍ଦ୍ଦେଶାନୁସାରେ ଏନଟିଏ ଓଡିଶା ଭାଷା ସମେତ ଅସମିୟା, ବଙ୍ଗଳା, କନ୍ନଡ, ମରାଠି, ତାମିଲ, ତେଲୁଗୁ ଓ ଉର୍ଦ୍ଦୂ ଭାଷାରେ ମଧ୍ୟ ପ୍ରଶ୍ନପତ୍ର ପ୍ରସ୍ତୁତ କରିବା ଲାଗି କୁହାଯାଇଛି ।

ବର୍ତ୍ତମାନ ସମୟରେ ଜେଇଇ ମେନ୍ ପରୀକ୍ଷା ଇଂରାଜୀ, ହିନ୍ଦୀ ଓ ଗୁଜୁରାତି ଭାଷାରେ ଆୟୋଜିତ କରାଯାଉଛି ।

ଏହାପୂର୍ବରୁ ଅନେକ ରାଜ୍ୟ ନିଜର ଆଞ୍ଚଳିକ ଭାଷାରେ ପ୍ରଶ୍ନପତ୍ର ପ୍ରସ୍ତୁତ କରିବା ଲାଗି ଦାବି କରି ଆସୁଥିଲେ ।

Leave A Reply

Your email address will not be published.