Latest Odisha News

BREAKING NEWS

ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ

କୋରାପୁଟ : ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ ।ସୁନାବେଡା ଏନଏସିର ସହକାରୀ ଯନ୍ତ୍ରୀ ମନୋଜ ପାତ୍ରଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ କରାଯାଇଛି । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ସହକାରୀ ଯନ୍ତ୍ରୀ ମନୋଜ ପାତ୍ରଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ କରାଯାଇଛି ।ଏହି ଚଢାଉରେ ୫ ଜଣ ଡିଏସ୍ପି, ୮ ଜଣ ଇନିସ୍ପେକ୍ଟର ସାମିଲ ଅଛନ୍ତି ।

ଖୋର୍ଧା , ଗଜପତି , ଗଞ୍ଜାମ , କୋରାପୁଟ ଭୁବନେଶ୍ୱର ସମେତ ୬ ଟି ସ୍ଥାନରେ ରେଡ ହେଉଛି । ସୂଚନା ଅନୁସାରେ ସହକାରୀ ଯନ୍ତ୍ରୀଙ୍କ ସୁନାବେଡା ସ୍ଥିତ ବାସ ଭବନ, ଭୁବନେଶ୍ୱର ସ୍ଥିତ କନିକା ଆପାର୍ଟମେଣ୍ଟ, ପାରଳାଖେମୁଣ୍ଡି ସୀତାପୁର ସ୍ଥିତ ପୈତୃକ ଘର, ବ୍ରହ୍ମପୁର ଶକ୍ତି ନଗରରେ ଦୁଇ ମହଲା ଘରେ ଭିଜିଲାନ୍ସ ପକ୍ଷରୁ ରେଡ ଚାଲିଥିଲା । ଏହି ସମୟରେ ମନୋଜଙ୍କ ନାଁରେ ଥିବା ବିଭିନ୍ନ ସମ୍ପତ୍ତିକୁ ଭିଜାଲାନ୍ସ ଠାବ କରିଥିଲା।

ଭୁବନେଶ୍ୱର ପୋଖରୀପୁଟର ଆପାର୍ଟମେଣ୍ଟର ତାଙ୍କର ଥ୍ରୀ ବିଏଚକେ ଫ୍ଲାଟ ରହିଛିା ଯାହାର ମୂଲ୍ୟ ୮୦ ଲକ୍ଷ ଟଙ୍କା ହେବ । ବ୍ରହ୍ମପୁର ଶକ୍ତି ନଗରରେ  ଦୁଇ ମହଲା ଘର ଅଛି । ଯାହାର ମୂଲ୍ୟ ହାରାହାରି ୫୦ ଲକ୍ଷ ଟଙ୍କା ହେବ । ବିଭିନ୍ନ ଜାଗାରେ ୭ ଟି ପ୍ଲଟ ଅଛି । ଭୁବନେଶ୍ୱରରେ ଗୋଟିଏ ପ୍ଲଟ ରହିଛି ବ୍ରହ୍ମପୁର ଏବଂ କୋରାପୁଟରେ ଜାଗା ମଧ୍ୟ ରହିଛି । ବିଭିନ୍ନ ବ୍ୟାଙ୍କରେ ମନୋଜଙ୍କ ନାରେ ୨୮ ଲକ୍ଷ ଟଙ୍କାର ଫିକ୍ସି ଡିପୋଜିଟ ରହିଛି ।

ଗୋଟିଏ ଚାରି ଚକିଆ ହୁଣ୍ଡାଇ କାର ଅଛି । ଯାହାର ମୂଲ୍ୟ ୧୨ ଲକ୍ଷ ଟଙ୍କା ହେବ ଏବଂ ଗୋଟିଏ ଟିଭିଏସ୍ ଜୁପିଟର ଗାଡି ରହିଛି ଯାହାର ମୂଲ୍ୟ ୫୯ ହଜାର ଟଙ୍କା ହେବ । ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ ସମୟରେ ସହକାରୀ ଯନ୍ତ୍ରୀ ମନୋଜ ପାତ୍ରଙ୍କ ଆୟ ବହିର୍ଭୁତ ସମ୍ପତିକୁ ସମ୍ପର୍କରେ ଜଣାପଡିଥିଲା।

Comments are closed, but trackbacks and pingbacks are open.