Latest Odisha News

ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ଜାରି

ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ଜାରି ।  ରାଜ୍ୟର ୩୦ ଜିଲ୍ଲାର ୬୮ବ୍ଲକରେ ୧୮୬ ଜିଲ୍ଲାପରିଷଦ ଜୋନରେ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ମତଦାନ ବେଳେ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ମୁତୟନ ହୋଇଛନ୍ତି ୨୪୦ ପ୍ଲାଟୁନ ପୁଲିସ ଫୋର୍ସ ।

BjdElectrycity

୧୫୧୪ ପଂଚାୟତର ୨୦ ହଜାର ୪୩୫ ବୁଥରେ ଭୋଟଦେଇ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା । ସେଥିମଧ୍ୟରୁ ୩ ହଜାର ୬୫ଟି ସମ୍ବେଦନଶୀଳ ବୁଥ ଚିହ୍ନଟ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟରେ ୬୨ ଲକ୍ଷ ୧୦ହଜାରରୁ ଅଧିକ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ସରପଂଚ, ୱାର୍ଡମେମ୍ବର, ସମିତି ସଭ୍ୟ ଓ ଜିଲ୍ଲାପରିଷଦ ସଦସ୍ୟ ପାଇଁ ୪ଟି ଭିନ୍ନ ଭିନ୍ନ ରଙ୍ଗର ବାଲଟ ପେପରରେ ଭୋଟରମାନେ ଭୋଟଦେବେ ।

ପୁରୀ ନିମାପଡ଼ା ବ୍ଲକରେ ମତଦାନ ପାଇଁ ୪୮୧ଟି ବୁଥ ହୋଇଛି । ପାଖାପାଖି ୧ ଲକ୍ଷ ୫୭ ହଜାର ୭୩୬ ଜଣ ଭୋଟର ସେମାନଙ୍କ ମତ ସାବ୍ୟସ୍ଥ କରିବେ । ନିମାପଡ଼ାରେ ୪୮୧ ବୁଥରୁ ୧୦୭ଟି ବୁଥ ଉତେଜନା ପ୍ରବଣ ବୁଥ ରହିଛି ।

ସେହିପରି ଗୋପ ବ୍ଲକରେ ୪୫୯ଟି ବୁଥ ହୋଇଛି । ଗୋପରେ ୧୩୦ ଟି ବୁଥ ସମ୍ବେଦନଶିଳ ରହିଛି । ଭୋଟର ମାନେ ସକାଳୁ ସକାଳୁ ମତଦାନ କେନ୍ଦ୍ରରେ ପହଂଚି ଭୋଟ୍ ଦେଉଛନ୍ତି ।

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ମତଦାନ ଗ୍ରହଣ କରାଯାଉଛି । ସୁରକ୍ଷା ଦୃଷ୍ଟିରୁ ପୋଲିସ ଫୋର୍ସ ମୁତୟନ ହୋଇଛି । ପୁରୀ ଏସପି ମତଦାନ କେନ୍ଦ୍ରରେ ପହଂଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

Comments are closed, but trackbacks and pingbacks are open.