Latest Odisha News

BREAKING NEWS

ଜାତୀୟ ସ୍ତରରେ ଚମକିଲେ କୋରାପୁଟର ଝିଅ

କୋରାପୁଟ : ରାୟପୁରରେ ଚମକିଲେ କୋରାପୁଟିଆ ଝିଅ । ଜାତୀୟ ସ୍ତରୀୟ ସୌନ୍ଦର୍ଯ୍ୟ କରଣ ପ୍ରତିଯୋଗିତାର ୨୦୨୧ ରେ କୋରାପୁଟର କୋଟପାଡ ଝିଅଙ୍କ କମାଲ୍ । କୋରାପୁଟ ଜିଲ୍ଲା କୋଟପାଡ ଧୁଶାସେଟ ପରିବାର ସଲିମଉଦିନ ଓ ସକିନା ବାନୁଙ୍କ ଝିଅ ରିଜୱାନା। ସେ ଜଣେ ବିବାହିତା । ଅଗଷ୍ଟ ୨୭ ତାରିଖରେ ଛତିଶଗଡ଼ ରାୟପୁରେ ଆୟୋଜିତ ପ୍ରତିଯୋଗୀତାରେ ବଡ ବଡ ସହରର ୪୩ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ଏହି ସଫଳତା ହାସଲ କରିଛନ୍ତି ରିଜୱାନା ବାନୁା ଏହି ପ୍ରତିଯୋଗୀତାରେ ଦିଲ୍ଲୀ,କୋଲକାତା,ପୁନେ,ଗୁଜୁରାଟ,ଅହମ୍ମଦାବାଦ,ନାଗପୁର,ଭୋପାଲ ଆଦି ବିଭିନ୍ନ ସ୍ଥାନରୁ ମେକପ ଆଟିଷ୍ଟ ମାନେ ଭାଗନେଇଥିଲେ।

ସମସ୍ତଙ୍କୁ ପଛରେ ପକାଇ ନିଜ ମେକଅପ୍ ଜାଦୁ ଦେଖାଇ କୋରାପୁଟ ମାଟିପାଇଁ ଗୌରବ ଆଣିଛନ୍ତି ସେ । ବେଷ୍ଟ ମେକପ ଆଟିଷ୍ଟ ଭାବେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି ରିଜୱାନା।ଏହା ସହ ସେ ନାରୀଶକ୍ତି ସମ୍ମାନ ଓ କୋଭିଡ ୱାରିୟର୍ସ ର ସମ୍ମାନ ମଧ୍ୟ ହାସଲ କରିଛନ୍ତି । ଏହି ପ୍ରତିଯୋଗୀତାରେ ହିନ୍ଦୀ ସିନେମା ଜଗତ ର ବହୁ ଚର୍ଚ୍ଚିତ କଳାକାର ମଧ୍ୟ ଉପସ୍ଥିତ ଥିଲେ।ଅଭିନେତ୍ରୀ ଉର୍ମିଳା ମାର୍ତେଣ୍ଡକର ,ରଜ୍ଜା ମୁରାଦ ଏବଂ ପ୍ରୀତି ଝିଙ୍ଗୀୟାନୀ ସେଲିବ୍ରେଟି ମାନେ ରିଜୱାନାଙ୍କୁ ସମ୍ମାନୀୟ କରିଥିଲେ।

ରିଜୱାନା ଗତ ପାଞ୍ଚ ବର୍ଷ ହେବ କୋଟପାଡ ଠାରେ ଏକ ବିୟୁଟି ପାର୍ଲର କରିଛନ୍ତି। ତାଙ୍କ ହାତର ମେକଅପ୍ ନେବା ସବୁ ମହିଳାଙ୍କ ପସନ୍ଦ। ସେପଟେ ତାଙ୍କ ସ୍ୱାମୀ ନୁର ମୁଜବୀ ମଧ୍ୟ ତାଙ୍କର ସ୍ୱପ୍ନ ସାକାର ପାଇଁ ବେଶ୍ ସହେଯାଗ କରୁଛନ୍ତି। ରିଜୱାନାଙ୍କୁ ଉଚିତ ପ୍ଲାଟଫର୍ମ ମିଳିଲେ ସେ ଆଗକୁ ଯାଇପାରିବ ବୋଲି ସମାଜସେବୀ ଗଣେଷ ପଣ୍ଡା କହିଛନ୍ତି। ଝିଅ ଜାତୀୟ ସ୍ତରୀୟ ପୁରସ୍କାର ଜିତିଥିବାରୁ ପରିବାସର ଲୋକେ ବେଶ୍ ଖୁସି ବ୍ୟକ୍ତି କରିଛନ୍ତି। ରିଜୱାନାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।

Comments are closed.