Latest Odisha News

BREAKING NEWS

କୋରାପୁଟରେ କୋଠା ଭୁଶୁଡିବା ଘଟଣା: ଜଣେ ମୃତ

ଜୟପୁର: କୋରାପୁଟର ଜୟପୁର ଅନ୍ତର୍ଗତ ବାରିଣିପୁଟ ନିକଟବର୍ତ୍ତୀ ସ୍ଥାନରେ ଶୁକ୍ରବାର ଦିନ ଏକ କୋଠା ଭୁଶୁଡିଯିବା ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।

ଗତକାଲି ଏହି ଅଞ୍ଚଳରେ କୋଠା ଭୁଶୁଡି ଯାଇଥିବା ବେଳେ ତା’ ତଳେ ପାଖାପାଖି ୫ ଜଣ ବ୍ୟକ୍ତି ଚାପି ହୋଇ ରହିଯାଇଥିଲେ ।

ପରବର୍ତ୍ତୀ ସମୟରେ ଘଟଣାସ୍ଥଳରେ ପୋଲିସ ସହ ଅଗ୍ନିଶମ ବିଭାଗ ପହଞ୍ଚି ସେମାନଙ୍କ ମଧ୍ୟରୁ ୪ଜଣଙ୍କୁ ଉଦ୍ଧାର କରିପାରିଥିଲେ । ପରେ ବିଳମ୍ବିତ ରାତିରେ ଅନ୍ୟଜଣଙ୍କୁ ଉଦ୍ଧାର କରାଯାଇଥିଲା ।

ଏଥିସହିତ ସମସ୍ତଙ୍କୁ ଚିକିତ୍ସା ନିମନ୍ତେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ଆଜି ଜଣଙ୍କର ମୃତ୍ୟୁ ଘଟିଛି ।

Leave A Reply

Your email address will not be published.