Latest Odisha News

BREAKING NEWS

ପିସିଆର ଭ୍ୟାନକୁ ନକ୍ସଲ ଆକ୍ରମଣ; ୪ ପୋଲିସ ସହିଦ

ଲାତେହାର: ଝାଡ଼ଖଣ୍ଡର ଲାତେହାର ଜିଲ୍ଲାରେ ଶୁକ୍ରବାର ରାତି ୮ଟାରେ ଏକ ପୋଲିସ ପିସିଆର ଭ୍ୟାନ ଉପରକୁ ନକ୍ସଲ ମାନେ ଆକ୍ରମଣ କରିଛନ୍ତି । ଏଥିରେ ୪ ଜଣ ପୋଲିସ କର୍ମଚାରୀ ସହିଦ ହୋଇଥିବା ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁସାରେ, ଝାଡ଼ଖଣ୍ଡର ଲାତୋହାର ଜିଲ୍ଲାରେ ମାଓ ହିଂସାରେ ଜଣେ ଏଏସ୍ ଆଇ ସମେତ ଚାରି ଜଣ ପୋଲିସ କର୍ମୀ ସହିଦ ହୋଇଛନ୍ତି। ସ୍ଥାନୀୟ ଚାନ୍ଦୱା ଥାନା ଅଞ୍ଚଳରେ କିଛି ପୋଲିସ ଗାଡ଼ିରେ ଯାଉଥିବା ବେଳେ ସେମାନଙ୍କୁ ଘେରିଯାଇ ନକ୍ସଲ ଆକ୍ରମଣ କରିଥିବା ଜଣାପଡିଛି ।

ଉଭୟ ପୋଲିସ-ନକ୍ସଲ ମଧ୍ୟରେ ଗୁଳି ବିନିମୟ ଚାରି ଜଣ ପୋଲିସ କର୍ମୀ ସହିଦ ହୋଇଛନ୍ତି । ତେବେ ସ୍ଥାନୀୟ ଅଞ୍ଚଳକୁ ଅଧିକ ସୁରକ୍ଷାକର୍ମୀ ପଠାଯାଇଥିବା ସୂଚନା ମିଳିଛି ।

ନକ୍ସଲ ଆକ୍ରମଣ ଘଟଣାକୁ ମୁଖ୍ୟମନ୍ତ୍ରୀ ରଘୁବର ଦାସ କଡା ନିନ୍ଦା କରିଛନ୍ତି ।

ଝାଡ଼ଖଣ୍ଡରେ ୮୧ ଆସନ ବିଶିଷ୍ଟ ବିଧାନସଭା ପାଇଁ ଆସନ୍ତା ୩୦ ତାରିଖରୁ ନିର୍ବାଚନ ହେବ। ୫ଟି ପର୍ଯ୍ୟାୟରେ ହେବାକୁ ଥିବା ଏହି ନିର୍ବାଚନ ଡିସେମ୍ବର ୨୩ରେ ସରିବ । ତେବେ ବିଧାନସଭା ନିର୍ବାଚନ ପୂର୍ବରୁ ନକ୍ସଲମାନେ ନିଜ ଉପସ୍ଥିତିର ସୂଚନା ଦେଇଥିବା କୁହାଯାଉଛି ।

Leave A Reply

Your email address will not be published.