Latest Odisha News

BREAKING NEWS

କୋରାପୁଟ ନାବାଳିକାକୁ କେବେ ମିଳିବ ନ୍ୟାୟ: କଂଗ୍ରେସ ମହିଳା ମୋର୍ଚ୍ଚା

ଭୁବନେଶ୍ୱର: କରୋନା ମହାମାରୀ ଭିତରେ କୋରାପୁଟ କୋଟପାଡର ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣା ପ୍ରସଙ୍ଗକୁ ପୁଣି ଉଠାଇଛି କଂଗ୍ରେସ ମହିଳା ମୋର୍ଚ୍ଚା । ପୀଡିତାଙ୍କୁ ଶୀଘ୍ର ନ୍ୟାୟ ନମିଳିଲେ ମହିଳା ମୋର୍ଚ୍ଚା ଆସନ୍ତା ଦିନରେ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ।

BjdElectrycity

ରାଜ୍ୟ କଂଗ୍ରେସ ମହିଳା ମୋର୍ଚ୍ଚା ସାମ୍ବାଦିକ ସମ୍ମିଳନୀରେ କହିଛି ଯେ, ପୋଲିସ ଉପରେ ଚାପ ଦେଲା ପରେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିଲା ନାହିଁ । କେବଳ ଗୋଟିଏ ପିଲାକୁ ପୋଲିସ ଉଠାଇନେଇଛି । ଏବଂ କେବଳ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇ ଥିବା ନେଇ ତାର ୩୦୬ରେ ମାମଲା ରୁଜୁ କରାଯାଇଛି ।

ସେହି କୋଟପାଡର ବିଧାୟିକା ତଥା ମନ୍ତ୍ରୀ ପଦ୍ମିନୀ ଦିଆନ ଆଜି ଯାଏ ପୀଡିତାଙ୍କ ପରିବାର ପାଖରେ ପହଁଚିପାରିନାହାଁନ୍ତି । ଯେଉଁଠି ସରକାର ମହିଳାଙ୍କ ସୁରକ୍ଷା କଥା କହୁଛନ୍ତି, ଏହେଉଛି ତାର ନଗ୍ନ ଚିତ୍ର ବୋଲି ରାଜ୍ୟ କଂଗ୍ରେସ ମହିଳା ମୋର୍ଚ୍ଚା କହିଛି ।

Leave A Reply

Your email address will not be published.