Latest Odisha News

[ଭାଇରାଲ୍ ଭିଡିଓ] ମୁମ୍ବାଇ ବନ୍ୟାରେ ମହିଳାଙ୍କ କମାଲ୍ !

ମୁମ୍ବାଇ: ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତିରେ ବେହାଲ ମୁମ୍ବାଇ । ଗତ କିଛି ଦିନ ଧରି ମୁମ୍ବାଇର ପରିସ୍ଥିତି ନେଇ ଲଗାତାର ଭିଡିଓ ସାମ୍ନାକୁ ଆସିଛି । ହେଲେ ନିକଟରେ ଜଣେ ମହିଳାଙ୍କ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି ।

ପଶ୍ଚିମ ମୁମ୍ବାଇ ତୁଲସୀ ପାଇପ୍ ରୋଡ୍‌ରୁ ଆସିଥିବା ଏହି ଭିଡିଓରେ ଜଣେ ମହିଳା ରାସ୍ତା ମଝିରେ ବାଡି ଧରି ଛିଡା ହୋଇଥିବାର ଦେଖିବାକୁ ମିଳିଛି । ତେବେ ମହିଳା ଜଣକ ପାଗଳ ନୁହେଁ କି ମନୋରଂଜନ ପାଇଁ ଛିଡା ହୋଇନଥିଲେ । ବରଂ ରାସ୍ତା ମଝିରେ ପାଣି ଭିତରେ ଲୁଚି ରହିଥିବା ମ୍ୟାନ୍‌ହୋଲଠାରୁ ଲୋକଙ୍କୁ ରକ୍ଷା କରିବା ପାଇଁ ସେ କିଛି ଏପରି କରିଥିଲେ ।

ଲୋକଙ୍କୁ ଦୁର୍ଘଟଣାରୁ ରକ୍ଷା କରିବା ପାଇଁ ୫ମିନିଟ୍ କି ୧୦ମିନିଟ୍ ନୁହେଁ ବରଂ ୫ଘଣ୍ଟା ଧରି ମହିଳା ଜଣକ ପାଣିରେ ଛିଡା ହୋଇ ଲୋକଙ୍କୁ ସଚେତନ କରିଥିଲେ । ମହିଳାଙ୍କ ନାଁ ଜଣାପଡିନଥିଲେ ବି ତାଙ୍କ ମହତ କାର୍ଯ୍ୟକୁ ଲୋକେ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.