Latest Odisha News

କରୋନାକୁ ମାତ୍ ଦେଲେ ଜୁନିଅର ବଚ୍ଚନ

ମୁମ୍ବାଇ: ସୁସ୍ଥ ହେଲେ ଜୁନିଅର ବଚ୍ଚନ । କରୋନା ଭୂତାଣୁକୁ ମାତ୍ ଦେଇଛନ୍ତି ଅଭିଷେକ ବଚ୍ଚନ । ଆଜି ତାଙ୍କ ରକ୍ତ ନମୁନା ନେଗେଟିଭ୍ ଆସିଥିବା ଟ୍ୱିଟ୍ କରି ଅଭିଷେକ ସୂଚନା ଦେଇଛନ୍ତି । ଟ୍ୱିଟ୍ କରି ଅଭିଷେକ ଲେଖିଛନ୍ତି ଯେ, ସେ କରୋନାକୁ ମାତ୍ ଦେଇଛନ୍ତି । ଆଜି ଅପରାହ୍ଣରେ ସେ କରୋନା ନେଗେଟିଭ୍ ଚିହ୍ନଟ ହୋଇଛନ୍ତି । ପ୍ରଶଂସକଙ୍କୁ ଦେଇଥିବା ପ୍ରତିଶ୍ରୁତି ଅନୁସାରେ ସେ କରୋନାକୁ ମାତ୍ ଦେଇଥିବା ଟ୍ୱିଟ୍ କରିଛନ୍ତି ଅଭିଷେକ ।

ପ୍ରଶଂସକଙ୍କ ପ୍ରାର୍ଥନା ପାଇଁ ସେ ଏବଂ ତାଙ୍କ ପରିବାର କରୋନାରୁ ସୁସ୍ଥ ହୋଇଛନ୍ତି ବୋଲି ଅଭିଷେକ ଟ୍ୱିଟ କରିଛନ୍ତି । ଏଥିସହ ତାଙ୍କର ଏବଂ ତାଙ୍କ ପରିବାରର ଚିକିତ୍ସା କରିଥିବା ନାନାବତୀ ହସପିଟାଲର ଡାକ୍ତର ଓ ନର୍ସଙ୍କୁ ଧନ୍ୟବାଦ ଦେଇଛନ୍ତି ଅଭିଷେକ ବଚ୍ଚନ । ଏହାପୂର୍ବରୁ ବିଗ୍ ବି ଅମିତାଭ ବଚ୍ଚନ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିସାରିଛନ୍ତି । ପତ୍ନୀ ଐଶ୍ଚର୍ଯ୍ୟା ଏବଂ ଝିଅ ଆରାଧ୍ୟା ମଧ୍ୟ କରୋନାରୁ ସୁସ୍ଥ ହୋଇସାରିଛନ୍ତି ।

Leave A Reply

Your email address will not be published.