Latest Odisha News

BREAKING NEWS

ପୁରୁଷ ବନ୍ଧୁ ନଥିଲେ କଲେଜ ମନା ! ଭାଇରାଲ୍ ଚିଠିର ସତ କଣ ?

ଜଗତସିଂହପୁର: ବୟ ଫ୍ରେଣ୍ଡ ନଥିଲେ କଲେଜରେ ପଶି ପାରିବେ ନାହିଁ ଛାତ୍ରୀ । ଫେବ୍ରୁଆରୀ ୧୪ରୁ କ୍ୟାମ୍ପସରେ ଲାଗୁ ହେବ ନୂଆ ନିୟମ । ସୁରକ୍ଷା ଦୃଷ୍ଟିରୁ ପୁରୁଷ ବନ୍ଧୁ ନଥିଲେ କଲେଜ ଆସି ପାରିବେ ନାହିଁ ଛାତ୍ରୀ । ଏସଭିଏମ୍ ସ୍ୱଂୟଶାସିତ କଲେଜ ଜଗତସିଂହପୁରକୁ ନେଇ ଏମିତି ଏକ ନୋଟିସ୍ ସୋସିଆଲ୍ ମିଡିଆରେ ଘୁରି ବୁଲୁଛି ।

ଯାହାକୁ ନେଇ ତୀବ୍ର ପ୍ରତିବାଦ ପରେ କଲେଜ କର୍ତ୍ତୃପକ୍ଷ ଥାନାରେ ଏତଲା ଦେଇଛନ୍ତି । ଏସଭିଏମ୍ କଲେଜର ପ୍ରିନ୍ସିପାଲ୍ ବିଜୟ କୁମାର ପାତ୍ର ପୋଲିସରେ ଅଭିଯୋଗ କରିଛନ୍ତି । କହିଛନ୍ତି, କେହି ଦୁର୍ବୃତ୍ତ ମନ୍ଦ ଉଦ୍ଦେଶ୍ୟ ରଖି ଏଭଳି କରିଛି । କଲେଜ ପକ୍ଷରୁ ସେଭଳି କିଛି ନିର୍ଦ୍ଦେଶନାମା କିମ୍ବା ନୋଟିସ୍ ଜାରି କରାଯାଇ ନାହିଁ ।

ଏସଭିଏମ୍ କଲେଜରେ କଲେଜରେ ଯୁକ୍ତ ୨ ଓ ଯୁକ୍ତ ୩ରେ ପ୍ରାୟ ୫୫୦୦ ପିଲା ପାଠ ପଢ଼ନ୍ତି । ସେଥି ମଧ୍ୟରୁ ୬୦ ପ୍ରତିଶତ ଯୁବତୀ ଅଟନ୍ତି । ନୋଟିସ୍ ଭାଇରାଲ୍ ପରେ ସମସ୍ତେ ଚକିl ହୋଇ ପଡ଼ିଥିଲେ । ଭାଇରାଲ୍ ନୋଟିସରେ ଲେଖାଥିଲା ବୟଫ୍ରେଣ୍ଡଙ୍କ ଫଟୋ ନ ଦେଖାଇଲେ କଲେଜ କ୍ୟାମ୍ପସକୁ ଛାତ୍ରୀଙ୍କୁ ଛଡ଼ାଯିବ ନାହିଁ ।

Leave A Reply

Your email address will not be published.