Latest Odisha News

BREAKING NEWS

ହକି ବିଶ୍ୱକପ: ଜାପାନକୁ ହରାଇଲା ଦକ୍ଷିଣ କୋରିଆ

ଭୁବନେଶ୍ୱର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ମଙ୍ଗଳବାର ଅନୁଷ୍ଠିତ ହକି ବିଶ୍ୱକପର ଏକ ରୋମାଂଚକ ମୁକାବିଲାରେ ଦକ୍ଷିଣ କୋରିଆ ୨-୧ ଗୋଲରେ ଜାପାନକୁ ପରାସ୍ତ କରିଛି । ଏହି ବିଶ୍ୱକପରେ କୋରିଆର ଏହା ପ୍ରଥମ ବିଜୟ ହୋଇଥିବା ବେଳେ ଜାପାନ କ୍ରମାଗତ ଦ୍ୱିତୀୟ ପରାଜୟବରଣ କରିଛି । ପ୍ରଥମ କ୍ୱାର୍ଟରରେ ଉଭୟ ଟିମ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲେ । ନାଗାୟସି କେନ ଜାପାନ ପକ୍ଷରୁ ଏବଂ ଲେ ଜୁଙ୍ଗଜୁନ କୋରିଆ ପକ୍ଷରୁ ଗୋଲ କରିଥିଲେ । ଦ୍ୱିତୀୟ କ୍ୱାର୍ଟରରେ ଜୁଙ୍ଗଜୁନ ଆଉ ଏକ ଗୋଲ କରି ଦକ୍ଷିଣ କୋରିଆକୁ ୨-୧ରେ ଅଗ୍ରଣୀ କରାଇଥିଲେ ।

ଏହା ପରେ ଶେଷ ପର୍ଯ୍ୟନ୍ତ ଜାପାନ ସଂଘର୍ଷ କରିଥିଲେ ମଧ୍ୟ ଆଉ ଗୋଲ କରିପାରି ନ ଥିଲା । କୋରିଆର ଡିଫେଣ୍ଡରଙ୍କ ପ୍ରଦର୍ଶନ ଏହି ମ୍ୟାଚରେ ଭଲ ପ୍ରଦର୍ଶନ କରିଥିଲେ । ପୂର୍ବରୁ ଜର୍ମାନୀ ଓ ବେଳଜିୟମ ମଧ୍ୟରେ ଅନୁଷ୍ଠିତ ମ୍ୟାଚ ଡ୍ର ରହିଥିଲା ।

Comments are closed.