Latest Odisha News

BREAKING NEWS

ଫିଲ୍ମକୁ ନେଇ ଅଯଥା ଟିପ୍ପଣୀ କରିବାରୁ ଦୂରେଇ ରୁହ: ବିଜେପି ନେତାଙ୍କୁ ମୋଦୀଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ବିଭିନ୍ନ ଫିଲ୍ମ ଉପରେ ବିଜେପି ନେତାଙ୍କର ବେପରୁଆ ଟିପ୍ପଣୀକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏଭଳି ଅଯଥା ଟିପ୍ପଣୀରୁ ଦୂରେଇ ରହିବାକୁ ସେ ବିଜେପି ନେତାମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଦିଲ୍ଲୀରେ ଚାଲିଥିବା ଦୁଇ ଦିନିଆ (୧୬-୧୭) ବିଜେପି କାର୍ଯ୍ୟାକାରିଣୀ ବୈଠକରେ ଯୋଗ ଦେଇ ମୋଦୀ ଏପରି ନିର୍ଦ୍ଦେଶ ଦେଇଛନ୍ତି। ଆଜି ବୈଠକର ଶେଷ ଦିନରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି ଯେ ଦଳର ମୁଖ୍ୟ ନେତାମାନେ ଦଳ ପାଇଁ ଦିନରାତି କାମ କରୁଛନ୍ତି। ହେଲେ କିଛି ନେତା ଅଛନ୍ତି ଯେଉଁମାନେ ଅଯଥା ଫିଲ୍ମଗୁଡ଼ିକ ଉପରେ ଟିପ୍ପଣୀ ଦେଉଛନ୍ତି। ତେଣୁ ଯଥାସମ୍ଭବ ଏଥରୁ ଦୂରେଇ ରହିବା ଉଚିତ୍ ବୋଲି ମୋଦୀ ଉପଦେଶ ଦେଇଛନ୍ତି।

ସେ କହିଛନ୍ତି “ ଆମେ ସାରା ଦିନ କାମ କରୁଛୁ। ହେଲେ କିଛି ଲୋକ ଫିଲ୍ମ ଉପରେ ପ୍ରତିକ୍ରିୟା ଦେଉଛନ୍ତି। ଆଉ ତା ପରେ ସେମାନଙ୍କ କଥା ଦିନ ସାରା ମିଡିଆରେ ବାଜୁଛି। ଅଯଥା ଟିପ୍ପଣୀରୁ ଦୂରେଇ ରହିବା ଉଚିତ୍।”

ସୂଚନା ଥାଉକି ଶାହରୁଖ ଖାନ୍‌ଙ୍କ ଫିଲ୍ମ ପଠାନକୁ ନେଇ ଅନେକ ବିଜେପି ନେତା ଟିପ୍ପଣୀ ଦେଇଥିଲେ। ଦୀପିକା ଗେରୁଆ ବସ୍ତ୍ର ପିନ୍ଧୀ ଅଶ୍ଳିଳତା ପ୍ରଦର୍ଶନ କରୁଛନ୍ତି ବୋଲି ନେତା କହିଥିଲେ। ଯାହାକୁ ନେଇ ଫିଲ୍ମ ବୟକଟର ନାରା ଦିଆଯାଉଥିଲା। ପଠାନ ଫିଲ୍ମକୁ ନେଇ ଟିପ୍ପଣୀ କରିଥିବା ବିଜେପି ନେତାମାନଙ୍କ ମଧ୍ୟରେ ରାମ କଦମ ଓ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ଆଗରେ ରହିଥିଲେ।

Leave A Reply

Your email address will not be published.