କୋଟା: ଏଣିକି ଆତ୍ମହତ୍ୟା କମାଇବ ସ୍ପ୍ରିଙ୍ଗ ଫ୍ୟାନ୍। ହଷ୍ଟେଲରେ ଆତ୍ମହତ୍ୟା ବଢୁଥିବାରୁ ଏହାକୁ କମାଇବା ପାଇଁ ଉଦ୍ୟମ ହୋଇଛି। ରାଜସ୍ଥାନ କୋଟାର ହଷ୍ଟେଲ ମାନଙ୍କରେ ସ୍ପ୍ରିଙ୍ଗ ଫ୍ୟାନ୍ ଲଗାଇବା କାମ ଆରମ୍ଭ ହୋଇଛି। ରାଜସ୍ଥାନର କୋଟା ଏକଦା ଜେଇଇ-ନିଟ୍ (JEE-NEET) ପରୀକ୍ଷା ପ୍ରସ୍ତୁତି ପାଇଁ ପ୍ରସିଦ୍ଧ। କିନ୍ତୁ ବର୍ତ୍ତମାନ କୋଟା ଛାତ୍ରମାନଙ୍କ ପାଇଁ ଆତ୍ମହତ୍ୟା କେନ୍ଦ୍ରରେ ପରିଣତ ହେଉଛି। କୋଟାରୁ ଅନେକ ବିଦ୍ୟାର୍ଥୀଙ୍କ ଆତ୍ମହତ୍ୟା ମାମଲା ସାମ୍ନାକୁ ଆସିଛି। ଏହି ଗମ୍ଭୀର ପ୍ରସଙ୍ଗକୁ ଧ୍ୟାନରେ ରଖି ରାଜସ୍ଥାନ ସରକାର କୋଟାର କୋଚିଂ କ୍ଲାସରେ ରବିବାର ଦିନ କୌଣସି ପରୀକ୍ଷା ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଏହା ସହିତ ମାନସିକ ସ୍ୱାସ୍ଥ୍ୟ ଉପରେ ଏକ ଶ୍ରେଣୀ ଆରମ୍ଭ କରିବାକୁ ମଧ୍ୟ କୁହାଯାଇଛି। କୋଟାରେ ଆତ୍ମହତ୍ୟାକୁ ଦୃଷ୍ଟିରେ ରଖି ପିଜି ଏବଂ ହଷ୍ଟେଲରେ ଏକ ନିଆରା ପଦ୍ଧତି ଗ୍ରହଣ କରାଯାଇଛି। ଆତ୍ମହତ୍ୟାକୁ ରୋକିବା ପାଇଁ ସମସ୍ତ ହଷ୍ଟେଲ ମାନଙ୍କରେ ସ୍ପ୍ରିଙ୍ଗ ଫ୍ୟାନ୍ ଲଗାଯାଉଛି। ଯାହାଫଳରେ ଯଦି ପିଲାମାନେ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିବାକୁ ଚେଷ୍ଟା କରନ୍ତି, ତେବେ ଫ୍ୟାନ୍ ଆପେ ତଳକୁ ଖସିଆସିବ।
ରିପୋର୍ଟ ଅନୁଯାୟୀ, ୨୦୨୩ରେ ୧୬ ଟି ଆତ୍ମହତ୍ୟା ମାମଲା ସାମ୍ନାକୁ ଆସିଛି। ଗତ ବର୍ଷ ୨୦୨୨ ମସିହାରେ କୋଟାରେ ଛାତ୍ରମାନଙ୍କ ଦ୍ୱାରା ୧୫ ଆତ୍ମହତ୍ୟା ମାମଲା ପଞ୍ଜିକୃତ ହୋଇଥିଲା। ଅନ୍ୟପକ୍ଷରେ, ଯଦି ଆମେ ସମଗ୍ର ଭାରତ ବିଷୟରେ ଆଲୋଚନା କରିବା ତେବେ ୨୦୧୮ ରୁ ୨୦୨୨ ଅର୍ଥାତ୍ ପାଞ୍ଚ ବର୍ଷ ମଧ୍ୟରେ, ଆଇଆଇଟି, ଏନଆଇଟି ଏବଂ ଆଇଆଇଏମ୍ ଭଳି ପ୍ରମୁଖ ଶିକ୍ଷାନୁଷ୍ଠାନରେ ୫୫ ଜଣ ଛାତ୍ର ଆତ୍ମହତ୍ୟା ମାମଲା ସାମ୍ନାକୁ ଆସିଛି। ଛାତ୍ର ଆତ୍ମହତ୍ୟା ଖବର ଦେଶର ଏକ ପ୍ରମୁଖ ସମସ୍ୟା ପାଲଟିଛି। ଏହି ବିଷୟକୁ ଗମ୍ଭୀରତାର ସହିତ ଗ୍ରହଣ କରି ମନ୍ତ୍ରଣାଳୟ ଛାତ୍ରମାନଙ୍କ ପାଇଁ ସାଥୀ ଶିକ୍ଷା, ଆଞ୍ଚଚଳିକ ଭାଷାରେ ବୈଷୟିକ ଶିକ୍ଷା ଭଳି ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି।
Comments are closed.