Latest Odisha News

BREAKING NEWS

ମାଛ ଜାଲରେ ଫସିଲା ରଣା ସାପ

ପୁରୀ : ମାଛ ଜାଲରେ ଫସିଲା ରଣା । ପିପିଲ ମଙ୍ଗଳପୁର ଅଞ୍ଚଳରେ ଧାନ ବିଲରୁ ମାଛ ଧରିବା ପାଇଁ ଜାଲ ବସାଯାଇଥିଲା। ଏହି ଜାଲରେ ୫ ଫୁଟ ଲମ୍ବର ରଣା ସାପ ପଡ଼ିଯାଇଥିବା ଦେଖିବାକୁ ମଳିଥିଲା। ସକାଳୁ ଆଲୋକ ଜେନା ନାମକ ଜଣେ ବ୍ୟକ୍ତି ରଣା ସାପଟିକୁ ବିଲରେ ଛଟପଟ ହେଉଥିବା ଦେଖିଥିଲେ।ପରେ ସ୍ନେକ ହେଲପ ଲାଇନକୁ ଖବର ଦିଆଯାଇଥିଲା।

ସ୍ନେକ ହେଲପ ଲାଇନ ସଦସ୍ୟ ସୁଶାନ୍ତ କୁମାର ବେହେରା ଘଟଣା ସ୍ଥଳରେ ପହଁଚି ସାପକୁ ଉଦ୍ଧାର କରିଛନ୍ତି। ବିଲରେ ପାଣି ଥିବାରୁ ଜୋତି ପିନ୍ଧି ଯିବା ସମ୍ଭବ ନହେବାରୁ ସ୍ନେକ ହେଲପ ଲାଇନ ସଦସ୍ୟ ବହୁ କଷ୍ଟରେ ଜାଲ କାଟି ସାପକୁ ଉଦ୍ଧାର କରିଛନ୍ତି। ପରେ ସାପଟିକୁ ଏକ ଅପ୍ରାକୃତିକ ଆବାସ ସ୍ଥଳିରେ ଛାଡି ଦିଆଯାଇଛି।

Comments are closed.