Latest Odisha News

BREAKING NEWS

ବକ୍ସ ଅଫିସରେ ‘କୃଷ୍ଣାବତାରମ୍’ର ଜଲୱା

ମୁମ୍ବାଇ: ବଲିଉଡରେ ଏବେ ଶୁଣିବାକୁ ମିଳୁଛି କେବଳ ‘କୃଷ୍ଣ’ ନାମ। ପୁରାଣ କଥାବସ୍ତୁ ଉପରେ ଆଧାରିତ ଫିଲ୍ମ ‘କୃଷ୍ଣାବତାରମ୍ ପାର୍ଟ ଓ୍ବାନ: ଦ ହାର୍ଟ’ ଏବେ ବକ୍ସ ଅଫିସରେ ଚମତ୍କାର କରୁଛି। ମାତ୍ର ଲକ୍ଷରୁ ଆରମ୍ଭ ହୋଇଥିବା ଏହି ଫିଲ୍ମର କଲେକ୍ସନ ଏବେ କୋଟି କୋଟିରେ ପହଞ୍ଚିଛି। ଏପରିକି ୨୦୨୬ର ୱର୍ଲ୍ଡୱାଇଡ୍ ଟପ୍-୧୦ ଫିଲ୍ମ ତାଲିକାରେ ମଧ୍ୟ ଏହା ସ୍ଥାନ ପାଇଛି।

ବକ୍ସ ଅଫିସରେ ଜାରି ରହିଛି ‘କୃଷ୍ଣ’ ଏବଂ ‘ଭାମା’ଙ୍କ ଯୋଡିର ଯାଦୁ। ପ୍ରେମାନନ୍ଦ ମହାରାଜଙ୍କ ଆଶୀର୍ବାଦ ଏବଂ ଦର୍ଶକଙ୍କ ଭଲପାଇବା ଫିଲ୍ମ ‘କୃଷ୍ଣାବତାରମ୍’କୁ ଏକ ନୂଆ ଉଚ୍ଚତାକୁ ନେଇଯାଇଛି। ରିଲିଜର ୮ ଦିନ ପୂରଣ କରିଥିବା ଏହି ଫିଲ୍ମର ଭିଜୁଆଲ୍ସକୁ ନିତେଶ ତିୱାରୀଙ୍କ ଆଗାମୀ ‘ରାମାୟଣ’ ସହ ତୁଳନା କରାଯାଉଛି।

ଯଦି ଆମେ ବକ୍ସ ଅଫିସ ରିପୋର୍ଟ ଉପରେ ନଜର ପକାଇବା, ତେବେ ପ୍ରଥମ ଦିନରେ ମାତ୍ର ୪୨ ଲକ୍ଷ ଟଙ୍କାରୁ ଖାତା ଖୋଲିଥିବା ଏହି ଫିଲ୍ମ ଦ୍ୱିତୀୟ ଦିନରେ ୧ କୋଟି ୧୫ ଲକ୍ଷ ଏବଂ ଚତୁର୍ଥ ଦିନରେ ପ୍ରାୟ ୩ କୋଟି ୫୫ ଲକ୍ଷ ଟଙ୍କା କଲେକ୍ସନ କରିଥିଲା। ୮ ଦିନ ମଧ୍ୟରେ ଘରୋଇ ବକ୍ସ ଅଫିସରେ ଏହା ୧୩ କୋଟିରୁ ଅଧିକ ଟଙ୍କା ଆୟ କରିସାରିଲାଣି। କେବଳ ଭାରତରେ ନୁହେଁ, ବିଦେଶରେ ମଧ୍ୟ ଫିଲ୍ମଟି ୭ ଦିନରେ ୧୨ କୋଟି ପାର କରି ଏକ ରେକର୍ଡ ସୃଷ୍ଟି କରିଛି।

ହାର୍ଦ୍ଦିକ ଗଜ୍ଜରଙ୍କ ନିର୍ଦ୍ଦେଶିତ ଏହି ପୌରାଣିକ ଫିଲ୍ମ ବ୍ରହ୍ମ ବୈବର୍ତ୍ତ ପୁରାଣ ଦ୍ୱାରା ଅନୁପ୍ରାଣିତ। ଏଥିରେ ଭଗବାନ କୃଷ୍ଣଙ୍କ ଜୀବନ ସହ ରୁକ୍ମିଣୀ ଏବଂ ସତ୍ୟଭାମାଙ୍କ କାହାଣୀକୁ ଖୁବ ସୁନ୍ଦର ଭାବେ ଚିତ୍ରଣ କରାଯାଇଛି। ଫିଲ୍ମରେ ସିଦ୍ଧାର୍ଥ ଗୁପ୍ତା କୃଷ୍ଣ ଭୂମିକାରେ ଏବଂ ସଂସ୍କୃତି ଜୟାନା ସତ୍ୟଭାମା ଭୂମିକାରେ ଦର୍ଶକଙ୍କ ମନ ଜିଣିଛନ୍ତି। ଏହାସହ ନିବାସିନୀ କୃଷ୍ଣନ, ରୁକ୍ମିଣୀ ଏବଂ ସୁଷ୍ମିତା ଭଟ୍ଟ , ରାଧା ଭୂମିକାରେ ମଧ୍ୟ ନିଜର ଚମତ୍କାର ଅଭିନୟ ପ୍ରଦର୍ଶନ କରିଛନ୍ତି।

Leave A Reply

Your email address will not be published.