Latest Odisha News

BREAKING NEWS

‘ରିଷିଙ୍କ ସହ ରୋମାଣ୍ଟିକ ସିନ୍ କରିବାକୁ ଡରୁଥିଲି’

ମୁମ୍ବାଇ: ଦିନେ ବଲିଉଡର ସବୁଠାରୁ ଚର୍ଚ୍ଚିତ ଏବଂ ଲୋକପ୍ରିୟ ଅଭିନେତ୍ରୀ ପଦ୍ମିନୀ କୋହ୍ଲାପୁରେ ନିକଟରେ ନିଜ ଅତୀତର କିଛି ଅକୁହା କଥା ଶେୟାର କରିଛନ୍ତି। ବିଶେଷ କରି ସ୍ୱର୍ଗତ ଅଭିନେତା ରିଷି କପୁରଙ୍କ ସହ ରୋମାଣ୍ଟିକ ସିନ୍ କରିବା ସମୟରେ ସେ କେତେ ଭୟଭୀତ ଥିଲେ, ସେ ନେଇ ଏକ ବଡ଼ ଖୁଲାସା କରିଛନ୍ତି ପଦ୍ମିନୀ।

ଏକ ରିଆଲିଟି ସୋ’ ରେ ଅତିଥି ଭାବେ ଯୋଗ ଦେଇ ପଦ୍ମିନୀ କୋହ୍ଲାପୁର ପୁରୁଣା ଦିନର ସ୍ମୃତି ବଖାଣିଛନ୍ତି। ନିଜର ଆଇକନିକ ଗୀତ ‘ପୁଛୋ ନା ୟାର୍ କ୍ୟା ହୁଆ’ ଏବଂ ରିଷି କପୁରଙ୍କ ସହ ତାଙ୍କର ସମ୍ପର୍କକୁ ମନେ ପକାଇ ସେ ଭାବୁକ ହୋଇପଡିଥିଲେ ।

ପଦ୍ମିନୀ କହିଛନ୍ତି ଯେ, ଜଣେ ଲିଡିଂ ଅଭିନେତ୍ରୀ ଭାବେ ତାଙ୍କର ଯାତ୍ରା ରିଷି କପୁରଙ୍କ ସହ ହିଁ ଆରମ୍ଭ ହୋଇଥିଲା। କିନ୍ତୁ ସେହି ସମୟରେ ସେ ବହୁତ ଡରି ଯାଇଥିଲେ।

ରିଷି କପୁର ଜଣେ ବଡ଼ ଷ୍ଟାର ଥିଲେ, ତାଙ୍କ ସହ ରୋମାଣ୍ଟିକ ସିନ୍ କରିବା ସମୟରେ ମନରେ କେବଳ ଗୋଟିଏ କଥା ଚାଲିଥିଲା – କାଳେ କିଛି ଭୁଲ ହୋଇଯିବନି ତ ? ମୁଁ ବହୁତ ନର୍ଭସ ଥିଲି, କିନ୍ତୁ ରିଷି ଜୀ ମୋତେ ବହୁତ କମ୍ଫର୍ଟେବଲ କରିଥିଲେ ବୋଲି କହିଛନ୍ତି ପଦ୍ମିନୀ।

କେବଳ ରିଷି କପୁର ନୁହଁନ୍ତି, ବରଂ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେଙ୍କ ବିଷୟରେ ମଧ୍ୟ ପଦ୍ମିନୀ ଅନେକ କଥା କହିଛନ୍ତି। ଆଶା ଜୀ ଜଣେ ଅଭିନେତ୍ରୀଙ୍କ ସ୍ୱଭାବକୁ ବୁଝି ଗୀତ ଗାଉଥିଲେ, ଯେଉଁଥିପାଇଁ ଆଜି ବି ଅନେକ ଲୋକ ଭାବନ୍ତି ଯେ ସେହି ଗୀତଗୁଡ଼ିକ ପଦ୍ମିନୀ ନିଜେ ଗାଇଛନ୍ତି।

୧୯୭୦ ଦଶକରୁ କ୍ୟାରିୟର ଆରମ୍ଭ କରିଥିବା ପଦ୍ମିନୀ କୋହ୍ଲାପୁରେ ‘ସତ୍ୟମ ଶିବମ ସୁନ୍ଦରମ’, ‘ପ୍ରେମ ରୋଗ’ ଏବଂ ‘ପ୍ୟାର ଝୁକତା ନେହିଁ’ ଭଳି ୧୦୦ରୁ ଅଧିକ ଫିଲ୍ମରେ ନିଜର ଜଲୱା ଦେଖାଇଥିଲେ। ରିଷି କପୁରଙ୍କ ସହ ତାଙ୍କର ଏହି କେମିଷ୍ଟ୍ରି ଆଜି ବି ଦର୍ଶକଙ୍କ ମନରେ ସତେଜ ହୋଇ ରହିଛି।

Comments are closed.