Latest Odisha News

BREAKING NEWS

ଲକି ଅଲ୍ଳୀଙ୍କ ଗୀତ ପୂରା କଲା କ୍ରିତିଙ୍କ ସ୍ୱପ୍ନ

ନୂଆଦିଲ୍ଲୀ: ନିକଟରେ କ୍ରିତି ସାନନ୍ ତାଙ୍କର ଗୋଟିଏ ସ୍ୱପ୍ନକୁ ପୂରଣ କରିବାରେ ସଫଳ ହୋଇଛନ୍ତି। ସେ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର୍ କରିଛନ୍ତି। ଯେଉଁଥିରେ ପ୍ରମାଣିତ ହୋଇଛି ଯେ କ୍ରିତି ନିଜ ଲକ୍ଷ୍ୟ ପୂରଣ କରି କେତେ ଖୁସି ଅଛନ୍ତି। ଏହି ଭିଡିଓରେ ସେ ଏକ ବାଇକ୍ ଚଲଉଥିବା ଏବଂ ବ୍ୟାକ୍‌ଗ୍ରାଉଣ୍ଡରେ ଲକି ଅଲିଙ୍କ ଗୀତ ହେରତ୍‌ ବାଜୁଥିବା ଦେଖିବାକୁ ମିଳିଛି।

ସେ ଭିଡିଓ ସହିତ ଲେଖିଛନ୍ତି, “ଫୋର୍‌ ହ୍ବିଲ୍‌ସ ମୁଭ୍‌ ଦ ବଡି, ଟୁ ହ୍ବିଲ୍‌ସ ମୁଭ୍‌ ଦ ସୋଲ୍‌”। ମୁଁ ସବୁବେଳେ ଏହି ନିର୍ଦ୍ଦିଷ୍ଟ ଗୀତ ସହିତ ବାଇକ୍ ଚଳାଇବାକୁ ଚାହୁଁଥିଲି! ” ଭିଡିଓରେ ତାଙ୍କର ଖୁସି ସ୍ପଷ୍ଟ ଦେଖାଯାଉଛି। ଏହି ଭିଡିଓଟି କିଛି ଘଣ୍ଟା ମଧ୍ୟରେ ୮,୭୦୦୦୦ରୁ ଅଧିକ ଲାଇକ୍ ପାଇଛି।

Comments are closed.