Latest Odisha News

ସୁନ୍ଦରଗଡରୁ ନିଖୋଜ ବିରଜୁ କୁଲୁ ତାଳଚେରରୁ ଉଦ୍ଧାର

ସୁନ୍ଦରଗଡ଼: ପାକିସ୍ତାନ ଫେରାନ୍ତ ସୁନ୍ଦରଗଡ଼ ଜିଲ୍ଲାର ବିରଜୁ କୁଲୁ ତାଳଚେରରୁ ଉଦ୍ଧାର । ୩ଦିନ ପରେ ବିରଜୁଙ୍କୁ ଉଦ୍ଧାର କରିଛି ପୋଲିସ । ତାଳଚେର ଅଞ୍ଚଳରେ ବୁଲୁଥିବା ସମୟରେ ଉଦ୍ଧାର କଲେ ସ୍ଥାନୀୟ ପୋଲିସ । ମାନସିକ ଭାରସାମ୍ୟ ହରାଇ ଘରୁ ବାହାରି ଟ୍ରକରେ ପଳାଇଥିଲେ ବିରଜୁ କୁଲୁ ।

ଗତ ୨ ତାରିଖ ରାତିରେ ସେ ଘରୁ ବାହାରି ପଳାଇଥିଲେ । ତିନି ଦିନ ହେବ ତାଙ୍କର କୌଣସି ସନ୍ଧାନ ମିଳି ନଥିଲା । ନିଖୋଜ ନେଇ କୁତ୍ରା ଥାନାରେ ଏତଲା ଦେଇଥିଲେ ତାଙ୍କ ଭଉଣୀ । ଏବେ ଵିରଜୁଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି । ତାଙ୍କୁ ଆଣିବା ପାଇଁ ତାଳଚେର ଅଭିମୁଖେ ଯାଉଛି କୁତ୍ରା ଥାନା ପୋଲିସ ଟିମ୍ଏ । ଏହି ସୂଚନା ଦେଇଛନ୍ତି ସୁନ୍ଦରଗଡ଼ ଏସପି ସାଗରିକା ନାଥ ।

ଲାହୋର ଜେଲରେ ୨୫ବର୍ଷ ସଜା କାଟିବା ପରେ ନଭେମ୍ବର ମାସରେ ଓଡିଶା ଫେରିଥିଲେ ବିରଜୁ କୁଲୁ । ନଭେମ୍ବର ୧୩ରେ ଜନ୍ମମାଟି କୁତ୍ରାର କଟଙ୍ଗ ଗାଁକୁ ଫେରାଇ ଆଣିଥିଲା ପ୍ରଶାସନ ।

Leave A Reply

Your email address will not be published.