Latest Odisha News

ପୁରା ହେବ ଡାକ୍ତରୀ ସ୍ବପ୍ନ: ସହାୟତାର ହାତ ବଢାଇଲେ ରାଜ୍ୟ ସରକାର

ରାୟଗଡା: ଦୃଢ ଇଚ୍ଛା ଶକ୍ତି ଆଗରେ ହାର ମାନିଛି ଦାରିଦ୍ରତା । ଏହାକୁ ପ୍ରମାଣ କରି ଦେଖାଇଛନ୍ତି  ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଥୁଆପାଢୀ ଗାଁର ଦାଦନ କୃଷ୍ଣଚନ୍ଦ୍ର ଅଟକା । ଚଳିତ ବର୍ଷ ନିଟ୍ ପରୀକ୍ଷାରେ ସଫଳତାର ସହ ଉର୍ତ୍ତିର୍ଣ୍ଣ ହେବା ସହ ସେ ଏବେ ଡାକ୍ତରୀ ପାଠ ପଢିବାକୁ ଯାଉଛନ୍ତି । ଦିନେ ପାଠ ପଢିବାକୁ ଅର୍ଥ ବାଧକ ସାଜିଥିଲା  । ହେଲେ ଏବେ ରାଜ୍ୟ ସରକାର ସହାୟତାର ହାତ ବଢାଇଛନ୍ତି । ତେବେ କୃଷ୍ଣଚନ୍ଦ୍ର ଅଟକା ତାଙ୍କର ଡାକ୍ତରୀ ସ୍ୱପ୍ନ ପୁରା କରିବା ପାଇଁ ବିଷମ କଟକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ଜରିଆରେ ରାୟଗଡା ଜିଲ୍ଲାପାଳ ସ୍ୱଧା ଦେଵ ସିଂ ଙ୍କୁ ନିବେଦନ କରିଥିଲେ  । ଏବଂ  କୃଷ୍ଣଙ୍କ ନିବେଦନକୁ ରକ୍ଷା କରି ରାଜ୍ୟ ସରକାର ତାଙ୍କ ଆକାଉଣ୍ଟରେ ରେଡ଼କ୍ରସ ପାଣ୍ଠି ରୁ ୧ଲକ୍ଷ ଟଙ୍କା ଜମା କରିଛନ୍ତି। ଏହା ସହ କୃଷ୍ଣ ମୁଖ୍ୟମନ୍ତ୍ରୀ ଓ ଫାଇଭ-ଟି ସଚିବ ଭିକେ ପଣ୍ଡିଆନଙ୍କୁ ଭେଟିବା ପରେ  ରାଜ୍ୟ ସରକାର ୫ ବର୍ଷର ଡାକ୍ତରୀ ଫି ବହନ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି  । ତେବେ ଏହି ସହାୟତା ପାଇଁ କୃଷ୍ଣ ମୁଖ୍ୟମନ୍ତ୍ରୀ ଏବଂ ଫାଇଭ-ଟି ସଚିବଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

BjdElectrycity

କୃଷ୍ଣ ଏବେ କଳାହାଣ୍ଡି ଜିଲ୍ଲା ମେଡିକାଲ କଲେଜରେ ନାମ ଲେଖାଇଛନ୍ତି । କୃଷ୍ଣ ମାଟ୍ରିକ୍ ପାସ୍ କରିବା ପରେ ବ୍ରହ୍ମପୁର ଖଲିକୋଟ୍ କଲେଜରେ ଯୁକ୍ତ ଦୁଇ ପାସ୍ କରିବା ପରେ ଘରକୁ ଫେରିଯାଇଥିଲେ  । କାରଣ ଆଗକୁ ପାଠ ପଢାଇବା ପାଇଁ ତାଙ୍କ ପରିବାର ଅସମର୍ଥ ଥିଲା  ।  ପରେ ୨୦୧୪ ମସିହାରେ ଦାଦନ ଖଟିବାକୁ କେରଳ ଚାଲିଯାଇଥିଲେ କୃଷ୍ଣ । ସେଠାରେ କିଛି ବର୍ଷ ଏକ ଇଟାଭାଟ୍ଟିରେ କାମ କରିବା ପରେ ଭାଷାଗତ ସମସ୍ୟା ଓ ନିର୍ଯ୍ୟାତନାର ଶିକାର ହୋଇ ଘରକୁ ଫେରି ଆସିଥିଲେ ।  ପରେ ବାପାଙ୍କ ସହ ଚାଷ କାମ କରିବା ସହ ପାଠପଢା ମଧ୍ୟ ଆରମ୍ଭ କରିଦେଇଥିଲେ । ୨୦୨୨ ମସିହାରେ ସେ ନିଟ୍ ପରୀକ୍ଷାରେ ଉର୍ତ୍ତୀର୍ଣ୍ଣ ହୋଇଥିଲେ  । ହେଲେ କୌଣସି କାରଣ ବଶତଃ ସେ ନାମ ଲେଖାଇ ପାରିନଥିଲେ। ୨୦୨୩ ମସିହାରେ ପୁନର୍ବାର ପାଠପଢା ଆରମ୍ଭ କରି ନିଟ୍ ରେ ସଫଳତା ପାଇଛନ୍ତି । ଆଉ ଏବେ ରାଜ୍ୟସରକାରଙ୍କ ସହାୟତା ଯୋଗୁଁ ତାଙ୍କର ଡାକ୍ତରୀ ସ୍ବପ୍ନ ପୁରା ହେବାକୁ ଯାଉଛି ।

Leave A Reply

Your email address will not be published.